csstore

କରୋନା ପ୍ରଭାବିତ ପରିବାର ମାନଙ୍କୁ ମିଳାପ୍‌ ତରଫରୁ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ତଥା ଜୀବିକା ହରାଇଥିବା ୯୫ଟି ଗରିବ ପରିବାରଙ୍କୁ ୨୦୦୦ଟଙ୍କା ଲେଖାଏଁ ମିଳାପ୍‌ ସଂସ୍ଥା ତରଫରୁ ମହାଶକ୍ତି ଫାଉଣ୍ଡେସନ୍‌ ମାଧ୍ୟମରେ ପ୍ରଦାନ କରାଯାଇଛି । ଏଠାକାର ସାପ୍ତାହିକ ଗୋରୁବଜାର ପାଖ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ସାମାଜିକ ଦୂରତା ଅବଲମ୍ବନ କରି ତଥା କୋଭିଡ ନିୟମ ପାଳନ କରିବା ପୂର୍ବକ ସମସ୍ତ ହିତାଧିକାରୀମାନଙ୍କଠାରୁ ସେମାନଙ୍କ ବ୍ୟାଙ୍କ ପାସ୍‌ବୁକ୍‌ ସଂଖ୍ୟା ସଂଗ୍ରହ କରାଯାଇ ସିଧାସଳଖ ବ୍ୟାଙ୍କ ମାଧ୍ରମରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମହାଶକ୍ତି ଫାଉଣ୍ଡେସନ ତରଫରୁ ଆଇଟି ମୁଖ୍ୟ ରମାବଲ୍ଲଭ ପଟ୍ଟନାୟକ, ଜୋନାଲ ମୁଖ୍ୟ ସୀମାଂଚଳ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଉପସ୍ଥିତ କରୋନା ପ୍ରଭାବିତ ମହିଳାମାନଙ୍କୁ କରୋନା ମହାମାରୀ ବିଷୟରେ ସଚେତନ କରିଥିଲେ । ହୃଷିକେଶ ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକମକୁ ବିଜୟ ନାଏକ, ରୋହିତ ପଧାନ, ରମାକାନ୍ତ ଛତର, ନେପାଲ ବଘାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.