ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପୌର ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପୌର ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, କୋରାପୁଟ ଭିଜିଲାନ୍ସର ୪ଟି ଟିମ୍ ଆସି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ଭବାନୀପାଟଣାର ୪ଟି ସ୍ଥାନରେ ରେଡ୍ ଚାଲିଛି । ଭବାନୀପାଟଣା ମ୍ୟୁନିସିପାଲିଟି ଅଫିସ, ମହାବୀରପଡାରେ ଥିବା ଘର, ବଜାରପଡା ବେଙ୍ଗାଲୁରୁ ବେକେରି ପାଖ ଭଡା ଘର ଏବଂ ତାଙ୍କ ସମ୍ପର୍କୀୟ ଶଳାଙ୍କ ଘରେ ମଧ୍ୟ ରେଡ୍‌ ଚାଲିଛି ।

Leave A Reply

Your email address will not be published.

error: Content is protected !!