jsm

ଆଦର୍ଶପଡାରେ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଦର୍ଶପଡା ସମାଜ ଗୃହ ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ସଂଯୋଜିତ) ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ମାଗଣାରେ ଔଷଧ, ରକ୍ତ ପରୀକ୍ଷା ଓ ଡାକ୍ତର ପରାମର୍ଶ ଇତ୍ୟାଦି ସେବା ଯୋଗାଇ ଦିଆଯାଇଥିଲା । ଏଥିରେ ୧୭୦ରୁ ଅଧିକ ସ୍ଥାନୀୟ ଲୋକ ସ୍ୱାସ୍ଥ୍ୟ ସେବା ଲାଭ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଫିସରୁ ଅତିରିକ୍ତ ଯୋଜନା ପରିଚାଳକ ରାମାନୁଜ ପଣ୍ଡା ଓ ୟୁଡିଏମ୍‌ ଅନିଲ କୁମାର ମହାକୁର ଆସି ତଦାରଖ କରିଥିଲେ । ଉକ୍ତ ଶିବିରରେ ଡାକ୍ତର ନନ୍ଦକିଶୋର ପାଢ଼ୀଙ୍କ ସମେତ ଡାକ୍ତର ଶ୍ରେୟସ୍ ପାଣିଗ୍ରାହୀ ଦାନ୍ତ ଓ ମୁଖ ରୋଗ ବିଶେଷଜ୍ଞ, ଷ୍ଟାଫ ନର୍ସ ରାଧାକାନ୍ତ ନାଏକ, ସନ୍ତୋଷିନି କରନ୍, ଫର୍ମାସିଷ୍ଟ ମୁକେଶ ରଣା, ଏଲ୍‌ଟି ପ୍ରମୋଦ କୁମାର ଥାନପତି, ସୁମନ ଭାଟି, ସଗିର ମହମ୍ମଦ, ମାନସ ହୋତା, ସ୍ୱରଜିତ ଶତପଥୀ, ସ୍ଥାନୀୟ ଆଶା ଦିଦି, ଏଏନ୍‌ଏମ୍‌ ଦିଦି ଇତ୍ୟାଦି ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୋଜନ ଓ ସମସ୍ତ ଦାୟିତ୍ୱ ଜାଗ୍ରତ ପାଣିଗ୍ରାହୀ ତୁଳାଇବା ସହ ପରିଚାଳନା ଓ ତଦାରଖ ମଧ୍ୟ କରିଥିଲେ ।

yuvodaya
Leave A Reply

Your email address will not be published.