ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କାରେ ୭ ଗୋରୁ ମୃତ

ସୁନ୍ଦରଗଡ଼ : ଡ୍ରାଇଭରର ବେପାରୁଆ ଗଡି ଚାଳନା ଯୋଗୁଁ ଟ୍ରକ୍‌ ଧକ୍କାରେ ୭ଟି ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କୋଇଡା ଥାନା ଅନ୍ତର୍ଗତ କୁସୁମୁଣ୍ଡି ଛକରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲୁହାପଥର ବୋଝେଇ ଟ୍ରକ ଧକ୍କାଦେଇ ଚାଲିଯିବାରୁ ୭ଟି ଗୋରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଆଜି ସକାଳେ ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଅନ୍ୟପଟେ ଗୋରୁ ମାଲିକଙ୍କ ପରିଚୟ ମିଳି ପାରିନାହିଁ ।

Leave A Reply

Your email address will not be published.