ପୂର୍ବତନ ସଂପାଦକଙ୍କ ବିୟୋଗରେ ଏମବିଆର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଉପସଭାପତି ତଥା ସଂପାଦକ ଶିବ ପର୍ଡିଆଙ୍କ ବିିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋକସଭାରେ ଅଧ୍ୟାପକ, ଛାତ୍ରଛାତ୍ରୀ ସ୍ୱର୍ଗତ ପର୍ଡିଆଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ପର୍ଡିଆ କଲେଜର ପ୍ରତିଷ୍ଠାତା ଉପସଭାପତି ରହିବା ସହିତ ଜମିଦାନ କରି ଅଞ୍ଚଳରେ ଉଚ୍ଚଶିକ୍ଷାର ମୂଳଦୁଆ ପକାଇଥିଲେ ବୋଲି ଅଧ୍ୟକ୍ଷ ଶ୍ରୀ ପାଢୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଅଧ୍ୟାପକ ଜିତେନ୍ଦ୍ର ତ୍ରୀପାଠୀ, ଇତିହାସ ବିଭାଗର ରଘୁନାଥସିଂ ସେନାପତି, ଇଂରାଜୀ ଅଧ୍ୟାପକ ଆନନ୍ଦ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.