oom

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ପୂଜା ବେହେରାଙ୍କ ଆହ୍ୱାନ କ୍ରମେ ବିଏସ୍ଏସ୍ଓ ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ୍, ଜିଲ୍ଲା ପରିଷଦ ଜୋନ୍‌ ନଂ ୧୦ର ପର୍ବିନ୍ ବେଗମ୍, ଜିଲ୍ଲା ପରିଷଦ ଜେନ୍‌ ନଂ ୧୧ର କୋଶିକ୍ ମେହେର, ଜିପିଇଓ ଅଶୋକ ପାଣିଗ୍ରାହୀ, ସମସ୍ତ ପିଇଓ, ସମସ୍ତ ଜିଆର୍‌ଏସ୍, ସମସ୍ତ ସରପଞ୍ଚ, ସମିତି, ଜିଓଟେକ୍, ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲା । ଅତିଥିଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନକ୍ଷମମାନଙ୍କୁ ଶାରୀରିକ ବିକଳାଙ୍ଗ, ଦୃଷ୍ଟି ଶକ୍ତି ବାଧିତ, ଶ୍ରବଣ ବାଧିତ, ମାନସିକ ଅସୁସ୍ଥ ଓ ଅନ୍ୟାନ୍ୟ ପଞ୍ଜିକରଣ କରାଯାଇଥିଲା । ଏଥିସହ କୋଭିଡ୍-୧୯ ଭେକ୍ସିନ୍ ସଚେତନତା ପ୍ରୋଗ୍ରାମ ଏମ୍‌ଆର୍‌ଆଇଟିଇ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ଭ୍ରାମ୍ୟମାଣ ଚିକିତ୍ସା କରାଯାଇଥିଲା । ପାଠ ପଢ଼ୁଥିବା ଦିବ୍ୟାଙ୍ଗମାନଙ୍କୁ ସ୍ମାର୍ଟ ଫୋନ୍ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।

jittmm
Leave A Reply

Your email address will not be published.