csstore

ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ଛାତ୍ରଙ୍କୁ ସହାୟତା କଲେ ସରପଞ୍ଚ 

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପଞ୍ଚାୟତର ଜନୈକ ଗରିବ ମେଧାବୀ ଛାତ୍ର ଗତ ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତାଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ରହିଥିଲେ ମଧ୍ୟ ତାଙ୍କର ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା ଯୋଗୁଁ ତାଙ୍କ ବାପାଙ୍କ ମଧ୍ୟ ଅକାଳ ବିୟୋଗ ଘଟିଥିଲା । ଯାହା ଫଳରେ ଛାତ୍ରର ନାମ କଲେଜରେ ଲେଖାଇ ନ ପାରିବାରୁ ଛାତ୍ରର ପାଠପଢା ବନ୍ଦ ହେବାକୁ ଯାଉଥିଲା । ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯିବାକୁ ଥିବା ବେଳେ ସଇଁତଲାର ଯୁବ ବିଜେଡ଼ି ନେତା ତଥା ସରପଞ୍ଚ ସୁବ୍ରତ ନାଗ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ସହଯୋଗର ହାତ ବଢାଇଛନ୍ତି । ଛାତ୍ରର ନାମଲେଖା ପାଇଁ ଆବଶ୍ୟକ ଖର୍ଚ୍ଚ ବହନ କରି ଛାତ୍ରଟିର ନାମ ସଇଁତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ କଳା ବିଭାଗରେ ନାମ ଲେଖାଇଛନ୍ତି । ଯାହା ଫଳରେ ଛାତ୍ରଟି ଉଚ୍ଚଶିକ୍ଷା ଗ୍ରହଣ କରିବା ସହ ନିଜର ଭବିଷ୍ୟତ ଗଢିପାରିବ ବୋଲି ସରପଞ୍ଚ ଶ୍ରୀ ନାଗ ଆଶା ପ୍ରକଟ କରିଛନ୍ତି । ସେହିପରି ଯୁକ୍ତ ୨ କଳାର ଆଗାମୀ ଦ୍ଵିତୀୟ ବର୍ଷ ପାଇଁ କଲେଜ ଅଧ୍ୟକ୍ଷ ଶିବପ୍ରସାଦ ବିଶ୍ୱାଲ ମଧ୍ୟ ରି-ଆଡ଼ମିସନ ଓ ୟୁନିଫର୍ମ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଛାତ୍ରଙ୍କୁ ପ୍ରତିଶୃତି ଦେଇଥିଲେ । ଏପରି ଅସହାୟ ଓ ଗରିବ ପରିବାରଙ୍କୁ ସରପଞ୍ଚ ଶ୍ରୀ ନାଗ ସହଯୋଗର ହାତ ବଢାଉଥିବାରୁ ତାଙ୍କର ଏଭଳି ମହତ କାର୍ଯ୍ୟକୁ ସଇଁତଲା ତଥା ବିଭିନ୍ନ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି । ଏହି ସମୟରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରମୋଦ ସେଲମା, ଡେଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଟିକେଶ୍ୱର ସାହୁ ଓ ଛାତ୍ରର ସମ୍ପର୍କୀୟ ବିଶ୍ଵମ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.