ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧୀନତା ଦିବସ ଉପଲକ୍ଷେ ବଲାଙ୍ଗିର ସହରର ବିଶିଷ୍ଟ ସମାଜସେବୀ ଓ ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ପ୍ରଧାନ, ମୋହନ ଗୋପାଳ ପଣ୍ଡା ଗନ୍ଧରେଲ ଡେମ୍ ପାଖରେ ଥିବା ଉଚ୍ଚ ପାହାଡର ପାଦ ଦେଶରେ ବୃକ୍ଷ ରୋପଣ କରିଥିଲେ ଏବଂ ଏଥିରେ ସ୍ଥାନୀୟ ଯୁବ ଗୋଷ୍ଠୀ ଯଥା ଦିନେଶ, ସୁବ୍ରତ ଆଦି ଓ ଅନ୍ୟମାନେ ସହଯୋଗ କରିଥିଲେ । ଏଭଳି ଜନ କଲ୍ୟାଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ପାଇଁ ଶ୍ରୀଯୁକ୍ତ ପ୍ରଧାନା ଓ ଶ୍ରୀଯୁକ୍ତ ପଣ୍ଡା ସମସ୍ତଙ୍କୁ ଆନ୍ତରିକତାର ସହ ଅନୁରୋଧ କରିଛନ୍ତି ।