oom

ଅପୂର୍ବ ସଫଳତାରେ ସିରଜିନାର ସମଲପୁରୀ ଦିନ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନାର ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥ ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଆଇଓସିଏଲ ଗେଷ୍ଟ ହାଉସରେ ସଭାପତି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ସହିତ ସମଲପୁରୀ ଦିନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ରୂପେ ଡ. ପ୍ରମୋଦ କୁମାର ପାଢୀ ସମ୍ବଲପୁରୀ ଭାଷାର ମହତ୍ୱକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ମାଣ୍ଡୋସିଲ କଲେଜ ଅଧ୍ୟାପକ ସନ୍ତୋଷ ସିଂହ ଠାକୁର ସମ୍ବଲପୁରୀ ଭାଷାର ମାଧୁର୍ଯ୍ୟକୁ ପ୍ରତିପାଦନ କରିଥିଲେ । ଏହି ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ଏହି ଦିନର କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ସରୋଜ ସାମଲ ସମ୍ବଲପୁରୀ ଭାଷା କିପରି ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିବ ସେଥିପ୍ରତି ଚେଷ୍ଟିତ ହେବା ପାଇଁ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ପାଇକମାଲ ବିଡିଓ ଦେବାଶିଷ ସିହ୍ନା, ପାଇକମାଲ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ତା ୨୦୦ ଜଣ କବି, କଳାକାର ଓ ସାମ୍ବାଦିକଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପଛରେ ଦୈତାରୀ ବିଶ୍ୱାଳ, ଲଳିତ ଜଗତ, ଯୋଗେନ୍ଦ୍ର ଭୋଇ, ଡ. ଅବନୀ କାନ୍ତ ସାହୁ, ପୌଲସ୍ତ୍ୟ ସାହା, ଧିରେନ ମହାନ୍ତି, ଦୁଃଶାସନ କୁମ୍ଭାର, ଦିଲ୍ଲୀପ ବେହେରା, ଶଙ୍କର ଶତପଥି, ରାଜେନ୍ଦ୍ର ସେଠ, ଆଖଣ୍ଡଳ ଦାସ, ନରୋତ୍ତମ ଦାଶ, ରାହାସ ବିହାରୀ ସାହୁ, ପ୍ରେମସାଗର ଫୌଜଦାର, ଭୀଷ୍ମଦେବ ସାହୁ ପ୍ରମୁଖଙ୍କ ନାମ ଉଚ୍ଚରେ ରହିବ ବୋଲି ମତ ପ୍ରକାଶ ପାଇଥିଲା । ନୃତ୍ୟଶିଳ୍ପୀ ଆଭାରାଣୀ ସାହୁ ଓ ଦବେକେଲାର ଉଭଣୀମାନଙ୍କର ଡାଲଖାଇ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ଦେଉଲୀର ଛୋଟ ଛୋଟ ଶିଶୁ କଳାକାରମାନଙ୍କର ଦୁଲଦୁଲି ବଜା ବେଶ ଆକର୍ଷଣୀୟ ହୋଇଥିଲା । ପୀତାମ୍ବର ମାଝୀ, ଡିଲେଶ୍ୱର ମେହେରଙ୍କୁ ଯୁବ କବି ସମ୍ମାନ, ସୁରେନ୍ଦ୍ର ସାହୁଙ୍କୁ ସଙ୍ଗୀତ ସମ୍ମାନ, ନିରୋଜ କୁମାର ପାଣୀଙ୍କୁ ସାମ୍ବାଦିକ ସମ୍ମାନ, ରାଜ କୁମାର ସାହୁଙ୍କୁ ନାଟ୍ୟ ସମ୍ମାନ ଭୂଷିତ କରାଯାଇଥିଲା । ସନ୍ତୋଷ ପରିଡାଙ୍କ ସମ୍ବଲପୁରୀ ନୃତ୍ୟ ଚିତାକର୍ଷକ ହୋଇଥିଲା । ରସୁଲ କୁମ୍ଭାର ଓ ରମେଶ ଗୁର୍ଲାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ, ସମ୍ବଲପୁର, ସୋହେଲା, ଜଗତପୁର, ହୀରାକୁଦ, ବଲାଙ୍ଗିର, କଳାହାଣ୍ଡିର କବି କଳାକାରମାନେ ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.