ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସଫଳତା : ୧୨ ଜଣ ୯୦%ରୁ ଅଧିକ ମାର୍କ ରଖିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିଶ୍ରମ ହିଁ ସଫଳତାର ଜନନୀ । ଉଦ୍ୟମ ଓ ଅଧ୍ୟବସାୟ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଏଇ ଉକ୍ତିକୁ ନିଜ କୃତି ଦ୍ୱାରା ସଠିକ ପ୍ରମାଣ କରିଛନ୍ତି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ମାନେ । ଆଜି ସିଵିଏସଇ ଯୁକ୍ତ ଦୁଇ ବିଜ୍ଞାନର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏଇ ଫଳାଫଳ ଅନୁଯାୟୀ ବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖି ସଫଳ ହୋଇଛନ୍ତି । ସେହି ଛାତ୍ରଛାତ୍ରୀମାନେ ହେଲେ ଅନ୍ଵେଷା ବଡପଣ୍ଡା, ଜ୍ୟୋତିପ୍ରଜ୍ଞା ସାହୁ, ଅବିନାଶ ବେହେରା, ଭୂମିକା ଅଗ୍ରୱାଲ, ଜୟପ୍ରକାଶ ସାହାଣୀ, ଲବଲି ସାହୁ, ପ୍ରିୟରଞ୍ଜନ ନାଏକ, ରୋଶନ ରଣା, ସୁବୋଧ ମେହେର, ପ୍ରକୃତିରୂପା ପଣ୍ଡା, ଶ୍ରୀୟାଂଶ ପଣ୍ଡା, ସୌମ୍ୟଜିତ ଦଣ୍ଡସେନା । ଛାତ୍ରଛାତ୍ରୀମାନେ ନିଜର ସଫଳତାର ଶ୍ରେୟ ଶିକ୍ଷକ, ଅଭିଭାବକମାନଙ୍କୁ ଦେଇଛନ୍ତି । କଠିନ ପରିଶ୍ରମ ଦ୍ୱାରା ସବୁବେଳେ କିଛି ସମ୍ଭବ ବୋଲି କହିଛନ୍ତି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଏଇ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ତମାଳ ଚକ୍ରବର୍ତ୍ତୀ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କର ସଫଳତା ପାଇଁ ସେମାନଙ୍କୁ ତଥା ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି । ବାସ୍ତବରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କର ଏଇ ସଫଳତା ସମସ୍ତଙ୍କ ପାଇଁ ଅନୁକରଣୀୟ ଓ ଆଦର୍ଶ ହୋଇ ରହିବ ।

Leave A Reply

Your email address will not be published.