ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ବେଲ ଗ୍ରିଟିଂ ପରୀକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ଏକ ବେଲ ଗ୍ରିଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଓଡିଶା ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଞ୍ଜ ଅନଲାଇନ ପରୀକ୍ଷା ପରିଚାଳନା କରିଥିଲେ । ଜିଲ୍ଲା ତାଇକଣ୍ଡୋ ସଂଘର ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ ମୁଖ୍ୟ ଅତିଥି, ସେଣ୍ଟ୍ରାଲ କୋ-ଅପରେଟିଭ୍‌ ବ୍ୟାଙ୍କର ପୂର୍ବତନ ଏ.ଜି.ଏମ୍‌ ଜୟନ୍ତ ମହାନ୍ତି ଓ ଡା. ଆକାଶ ଜୈନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ବେଲ ଗ୍ରିଟିଂ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲାରୁ ସର୍ବମୋଟ ୬୨ ଜଣ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ବାଳିକା ବିଭାଗରେ ଶ୍ରୀୟାସି ପାଣ୍ଡିଆ, ସୁଶ୍ରୀ ଦେବାଂଶି, ସମୀକ୍ଷା ସମ୍ରିଦ୍ଧି ଷଡଙ୍ଗୀ, ଭାଗ୍ୟଶ୍ରୀ ନାଗ ଅରେଞ୍ଜ ବେଲ୍ଟ, ଆରାଧ୍ୟା ଭୋଇ, ଅମ୍ବିକା ପଧାନ, ସୋନାକ୍ଷୀ ସନ୍ଧ୍ୟା ଭୋଇ, ଧରିତ୍ରୀ କୁମାର, ସୋନାକ୍ଷୀ ପାଢୀ ୟେଲୋ ବେଲ୍ଟ ପାଇଥିବା ବେଳେ ବାଳକ ବିଭାଗରେ ଶ୍ରେୟାଂଶ କୁମାର ସିଂ ଭଞ୍ଜ, ତ୍ରିଲୋକେଶ ଶତପଥି ଅରେଞ୍ଜ ବେଲ୍ଟ, ଆଶୁତୋଷ ନାଏକ, ପ୍ରିୟାଂଶୁ ଜେସୱାଲ, କ୍ରିଷ୍ଣା ଅର୍ଜୁନ ବନଛୋର, ଶ୍ରୀୟାଂଶୁ ତ୍ରିପାଠି, ଅନୁପମ ଶତପଥି ୟେଲୋ ବେଲ୍ଟ ପାଇ ଉତ୍ତିନ୍ନ ହୋଇଥିବା କୋଚ ଅସୀମ ଭୋଇ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.