Monthly Archives

April 2024

ଛତ୍ରପୁର ରାଜାଘର ଜଗନ୍ନାଥ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବହୁ ପୁରାତନ ପ୍ରତିଷ୍ଠିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବନପୁତ୍ର ହନୁମାନଙ୍କ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ସମୂହ ୧୦୮ ହନୁମାନ ଚାଳିଶା ପାଠ, ହୋମଯଜ୍ଞ,
Read More...

ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ, ବିପଦପୂର୍ଣ୍ଣ ରାସ୍ତାରେ ଭୋଇପାଲିରୁ ସାଧୁପାଲି

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ଭୋଇପାଲି ପ୍ରାଥମିକ ସ୍କୁଲ ବନ୍ଦ ରହିଛି । ଯାହା ଫଳରେ କୋମଳମତୀ ଛାତ୍ରଛାତ୍ରୀ ନିକଟସ୍ଥ ବିଭିନ୍ନ ସ୍କୁଲମାନଙ୍କୁ ଅଧ୍ୟୟନ ପାଇଁ ଯାଉଛନ୍ତି । କିନ୍ତୁ ଭୋଇପାଲିରୁ ସାଧୁପାଲି ଯାଉଥିବା ଛାତ୍ରଛାତ୍ରୀ ଅନେକ
Read More...

୬୧ ଦିନ ଯାଏ ମାଛଧରା ବନ୍ଦ

ପାରାଦୀପ : ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିବ । ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଛି । ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ
Read More...

ଡେଲାଙ୍ଗରେ ମେରୁ ଉତ୍ସବ ବା ମା’ଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ମେରୁ ଉତ୍ସବ ବା ମା’ଙ୍କ ଦଣ୍ଡଯାତ୍ରା । ଘୋରଡ଼ିଆର ମା’ ଚର୍ଚ୍ଚିକା, ସୁଜନପୁର ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ଦୁଲାଦେଇ, ମା’ ବିମଳା ଠାକୁରାଣୀ ପୀଠରେ ଦେଖିବାକୁ ମିଳିଥିଲା ତତଲା ଖରାରେ
Read More...

ମଧୁସୂଦନ ଦାଶଙ୍କୁ ମିଳିଲା କୋସଲ ସାହିତ୍ୟ ରତ୍ନ ୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ଆଦର୍ଶ ପଡା, ବଲାଙ୍ଗିରର ସର୍ବୋଚ୍ଚ ରାଜ୍ୟ ସ୍ତରୀୟ ସମ୍ମାନ ମିଳିଛି ବିଶିଷ୍ଟ ଅନୁବାଦକ ମଧୁସୂଦନ ଦାଶଙ୍କୁ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜଛକ୍ ବଲାଙ୍ଗିରଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ
Read More...

ମିଛାପାଲିରେ ଆଦିବାସୀ ମେଲି : ଦଳୀୟ ପ୍ରାର୍ଥୀଙ୍କୁ ଆଦିବାସୀ ସହଯୋଗ କଲେ କାର୍ଯ୍ୟାନୁଷ୍ଠାନ

ନୂଆପଡା, (ନିରାକାର ମେହେର) : ନୂଆପଡା ବିଧାନସଭା କ୍ଷେତ୍ରରେ ଆଦିବାସୀ ସଙ୍ଗଠନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହେବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି । ଆଦିବାସୀଙ୍କୁ ସାଧୀନ ଭାବରେ ପ୍ରାର୍ଥୀ କରି ବିଜୟୀ କରି ବିଧାନସଭାକୁ ପଠାଇବୁ ବୋଲି ଗଣ୍ଡ ସମାଜର
Read More...

ପ୍ରଚାର କରୁଥିବା ସମୟରେ ଡୁଆଝରର ଝିଅ ଗୀତ ମାଧ୍ୟମରେ ବିଜେଡି ନେତା ଅଧୀରାଜ ମୋହନ ପାଣିଗ୍ରାହୀଙ୍କୁ ସ୍ୱାଗତ କରିଥିଲେ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଳୀୟ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀଙ୍କ ମାରାଥନ ନିର୍ବାଚନ ପ୍ରଚାର, ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସହ ଦଳ ବିପୁଳ ସଂଖ୍ୟାରେ ବିଜୟ ନେଇ ଆଶାବାଦୀ ଥିବା
Read More...

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଡ଼. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୮ଟା ସମୟରେ ସହରସ୍ଥିତ ଆମ୍ବେଦକର ଛକରେ ଥିବା ଭାରତରତ୍ନ
Read More...

ବିଜେପିର ସଂକଳ୍ପପତ୍ର ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ବିଜେପିର ସଂକଳ୍ପପତ୍ର ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ଆଜି ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଥିବା ବେଳେ ଓଡ଼ିଶାରେ ପଣା ସଂକ୍ରାନ୍ତି ପାଳିତ ହେଉଛି । ଆଜି ଭଳି ଶୁଭଦିନରେ ସଂକଳ୍ପପତ୍ର ଉନ୍ମୋଚନ ହୋଇଛି ବୋଲି
Read More...

ଟିଟିଲାଗଡ଼ ସାହିତ୍ୟ ସଂସ୍କୃତି ପକ୍ଷରୁ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ବିଷୁବ ମିଳନ ଉତ୍ସବ ସଭାପତି ଜ୍ୟୋତି ପ୍ରକାଶ ଗଡତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ
Read More...