Monthly Archives

March 2024

ଟ୍ରକ ଧକ୍କାରେ ବ୍ୟବସାୟୀ ମୃତ

ଅନୁଗୋଳ : ୫୫ ନମ୍ବର ଜାତୀୟ ରାଜପଥ ଅନୁଗୋଳ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଟ୍ରକ ଧକ୍କାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହୁଲୁରିସିଂହ ଗାଁର ବିଶ୍ୱଜିତ୍ ନନ୍ଦ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ,
Read More...

ଯାତ୍ରା ଟୁର୍ଣ୍ଣାମେଣ୍ଟ ନେଇ ପ୍ରାକ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟାପଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶିକ୍ଷାବିତ୍‌ ତଥା ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ମୁଦୁଲିଙ୍କ ପୌରୋହିତ୍ୟରେ କଳାପ୍ରେମୀମାନଙ୍କୁ ନେଇ ଶ୍ରୀଜଗନ୍ନାଥ କଳା ସାଂସ୍କୃତିକ ମଞ୍ଚର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ଗାଳ୍ପିକା ଗାୟତ୍ରୀ ସରାଫ୍‌ଙ୍କୁ ୨୦୨୪ର ମର୍ଯ୍ୟାଦାଜନକ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର

କଟକ, (କେପିଏନ୍‌ଏସ୍‌) : କଟକସ୍ଥିତ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ଦ୍ୱାରା ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ଚଳିତ ବର୍ଷ ବିଶିଷ୍ଟ କଥାଶିଳ୍ପୀ ଗାୟତ୍ରୀ ସରାଫ୍‌ଙ୍କୁ ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍‌ ବିଜ୍ଞାପ୍ତିରେ ଘୋଷଣା କରାଯାଇଛି
Read More...

ବଲାଙ୍ଗିର ରେଳ ଷ୍ଟେସନରେ ଏକ ଷ୍ଟେସନ ଏକ ଉତ୍ପାଦ ଷ୍ଟଲର ଉଦ୍‌ଘାଟନ ଓ ସୋନପୁରରୁ ବଲାଙ୍ଗିରକୁ ଚଳାଚଳ ପାଇଁ ପସେଞ୍ଜର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଷ୍ଟେସନରେ ଏକ ଷ୍ଟେସନ ଏକ ଉତ୍ପାଦ ଷ୍ଟଲର ଉଦ୍‌ଘାଟନ ଓ ସୋନପୁରରୁ ବଲାଙ୍ଗିରକୁ ଚଳାଚଳ ପାଇଁ ଏକ ପସେଞ୍ଜର ଟ୍ରେନର ଲୋକାର୍ପଣ କରାଯାଇଛି । ଭାରତୀୟ ରେଳ ଆଧୁନିକିକରଣ ଯୋଜନା ଅନୁସାରେ ସାରା ଭାରତରେ ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳ
Read More...

ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ : ରଙ୍ଗ ଆଣିଲା ପୂର୍ବତନ ମନ୍ତ୍ରୀଙ୍କ…

ଜୟପାଟଣା, (ଶେଷଦେବ ବେହେରା) : ଗତ ୨୪ ଫେବୃଆରୀ ଦିନ ଜୟପାଟଣାକୁ ମୁଖ୍ୟମନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ଜୟପାଟଣା ଅଞ୍ଚଳବାସୀଙ୍କ ତରଫରୁ ରାଜବାଟି ଛକ ନିକଟରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବୁଜୁରି ଗାଁର ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ପ୍ରେମାନନ୍ଦ
Read More...

ଟ୍ରଲି ଧକ୍କା ଦେବାରୁ ଛଅଜଣଙ୍କ ପ୍ରାଣହାନି

ଭୋପାଳ : ମଧ୍ୟପ୍ରଦେଶରେ ଏକ ଦୁଃଖଦ ଘଟଣା କ୍ରମେ ରାଇସେନ୍ ଜିଲ୍ଲାରେ ଛଅଜଣଙ୍କର ପ୍ରାଣହାନି ଘଟିଥିବା ସୂମୂା ମିଳିଛି । ଏକ ବାହାଘର ଶୋଭାଯାତ୍ରାରେ ଟ୍ରଲି ଧକ୍କା ଦେବା ଫଳରେ ଛଅଜଣ ପ୍ରାଣ ହରାଇଛନ୍ତି । ରାଇସେନ୍ ଜିଲ୍ଲାପାଳ ଅରବିନ୍ଦ କୁମାର ଦୁବେ ଏହି ଅଭାବନୀୟ ଘଟଣା ସଂପର୍କରେ ସୂଚନା
Read More...

ଆଲୋଇମୁନାଇଜେସନ୍ ଏବଂ ଏଚ୍‌ଡିଏଫ୍‌ଏନ୍‌ ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗର୍ଭସ୍ଥ ଶିଶୁ ଏବଂ ନବଜାତ ଶିଶୁର ଆଲୋଇମ୍ୟୁନାଇଜେସନ୍ ଏବଂ ହେମୋଲାଇଟିକ୍ ରୋଗ (ଏଚ୍‌ଡିଏଫ୍‌ଏନ୍‌) ଏକ ବିରଳ ଏବଂ ବେଳେ ବେଳେ ସାଂଘାତିକ ଅବସ୍ଥା ଯେଉଁଥିରେ ମାତୃ ଆଣ୍ଟିବଡି ଏକ ଜନ୍ମିତ ଶିଶୁର ଲାଲ ରକ୍ତ କଣିକା ଉପରେ ଆକ୍ରମଣ କରିଥାଏ ।
Read More...

ମୁରିବାହାଲର ବହୁ ଚର୍ଚ୍ଚିତ କପା ଠକେଇ ମାମଲାରେ ଅଭିଯୁକ୍ତମାନଙ୍କୁ ୩ ବର୍ଷ କାରାଦଣ୍ଡ ସହିତ ଜରିମାନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟରେ ଚାଲିଥିବା କପା ଠକେଇ ମାମଲାରେ କପା ଠକେଇ ପ୍ରମାଣିତ ହୋଇ ରାୟ ପ୍ରକାଶିତ ହୋଇଛି । ଜେଏମ୍‌ଏଫ୍‌ସି କୋର୍ଟ ମାଜିଷ୍ଟ୍ରେଟ କିଶୋର କୁମାର ନାଥ ଅଭିଯୁକ୍ତମାନଙ୍କୁ ୪୨୦ ଧାରା ଆଧାରରେ ତିନି ବର୍ଷ
Read More...

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୯୯ଟି ଅଭିଯୋଗ ପଞ୍ଜୀକୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟାକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଓ ଆରକ୍ଷୀ ଅଧିକ୍ଷକ ରିଷୀକେଶ ଖିଲାରୀ
Read More...