Monthly Archives

August 2020

ଅବସର ନେଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତାମ୍ବର ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତର ତାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ପୀତାମ୍ବର ନାଏକ ନିଜର ଦୀର୍ଘ ଦିନର କର୍ମମୟ ଜୀବନରୁ ଅବସର ନେଇଛନ୍ତି । ମହୀମୁଣ୍ଡା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଗଳ କିଶୋର
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୩୫ ମସିହା ଡିସେମ୍ବର ୧୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ଭାବରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ଶାନ୍ତ, କାନ୍ତ, କୋମଳ, କମନୀୟ
Read More...

ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

ରାଉରକେଲା, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ କୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରଭାବୀ ପଦକ୍ଷେପ ନେଉଛନ୍ତି। ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ରାଉରକେଲା ମହାନଗର ନିଗମ ସହଯୋଗରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଏହି ସର୍ଭେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ପୁଣି ୪୨ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୩୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଣି ବଲାଙ୍ଗିର ଜିଲ୍ଲାରେ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୫ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ରୁଗୁଡ଼ିପଡ଼ାରୁ ୩, ତୁଲସୀନଗରରୁ ୨, ରିଜର୍ଭ ପୋଲିସ କଲୋନୀରୁ ୧,
Read More...

ଶ୍ରମିକମାନଙ୍କୁ ସ୍ଥାନୀୟ ନିଯୁକ୍ତି ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାଦନ ପ୍ରବଣ ଅଞ୍ଚଳ ବଲାଙ୍ଗିର ଜିଲ୍ଲା। ଏହି ଜିଲ୍ଲାରେ ପ୍ରତେକ ବର୍ଷ ଦାନା ପାଇଁ ଦାଦନ ଖଟିବାକୁ ହଜାର ହଜାର ଲୋକେ ଅନ୍ୟ ରାଜ୍ୟକୁ ନିଜ ପରିବାର ଗୁଜୁରାଣ ମେଣ୍ଟାଇବାକୁ ଦାଦନ ଖଟି ଯାଇଥାନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସେମାନେ ନିଜ ନିଜ
Read More...

ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହି କ୍ରମରେ ଆଜି ବରଗଡ଼ର ସାମ୍ବାଦିକ ରମଣୀ ରଂଜନ ବେହେରାଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିକଟ ଅତୀତରେ ଶ୍ରୀ ବେହେରା
Read More...

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୨୬ : ୨ ଦିନରେ ୨ ଦୁର୍ଘଟଣା

ଦେଓଗାଁ, (ମନିଷ କୁମାର ସାହୁ) : ରବିବାର ଭୋର୍ ସକାଳୁ ସୋନଗଡ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଓ ଟେଙ୍କର୍ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଗାଡ଼ିର ଡ୍ରାଇଭର। ଜାତୀୟ ରାଜପଥ ୨୬ ଦେଓଗାଁ ନଦୀ ଖଣ୍ଡି ନିକଟରେ ବଙ୍ଗଳା ପଟରୁ ନଦୀରୁ ଚୋରା ବାଲି
Read More...

ଗଂଜେଇ ଚାଲାଣ ମାମଲାରେ ଜିଆରପି ଥାନାର ଡ୍ରାଇଭର ଗିରଫ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପୋଲିସ କୁ ଏକ ବଡ଼ ସଫଳତା ମିଳିଛ। ସମ୍ବଲପୁରରୁ ଝାରସୁଗୁଡା ଅଭିମୁଖେ ଏକ ବଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ଧବଳେଶ୍ୱର ସାହୁ ଅନ୍ୟ କର୍ମଚାରୀଙ୍କ ସହ
Read More...

ରାଜେନ୍ଦ୍ର କଲେଜ ଅଧ୍ୟାପକଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ଆଜି ଶାନ୍ତିପଡ଼ା ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ଖବର ପାଇବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛନ୍ତି । ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୦୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୬୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୦୪୧ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ
Read More...