ଡବ୍ଲ୍ୟୁଟିସି ଫାଇନାଲ୍ : ତୃତୀୟ ଦିନ ଷ୍ଟମ୍ଫସ୍ ବେଳକୁ ନ୍ୟୁଜିଲାଣ୍ଡ ୧୦୧/୨ : କାଇଲ ଜାମିସନଙ୍କ ୨୨-୧୨-୩୧-୫ ସଫଳତା ଯୋଗୁଁ ଭାରତ ୨୧୭ରେ ଅଲ୍ ଆଉଟ୍‌

ସାଉଥାମ୍ପଟନ୍‌ : ଏଜିସ୍‌ ବାୱେଲରେ ଚାଲିଥିବା ଐତିହାସିକ ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ୱ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍‌ରେ ଶେଷ ହୋଇଯାଇଛି । କାଇଲ୍ ଜାମିସନ୍‌ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ୱାନଭରା ସ୍କୋର୍‌ କରିବାରୁ ରୋକି ଦେଇଛି । ଜବାବରେ ତୃତୀୟ ଦିନ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ନ୍ୟୁଜିଲାଣ୍ଡ୍‌ ୧୦୧ ରନ୍‌ କରି ତାର ଦୁଇ ପ୍ରାରମ୍ଭିକ ଯୋଡିକୁ ହରାଇଛି ।

ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ଟମ ଲାଥାମ୍ ଓ ଦେଭ ନ କନୱେ ପାଲି ଆରମ୍ଭ ପାଇଁ ଆସିଥିଲେ । କିନ୍ତୁ ଏହି ପ୍ରାରମ୍ଭିକ ଯୋଡ଼ି ଭାରତୀୟ ବୋଲର୍‌ଙ୍କୁ ଅତ୍ୟନ୍ତ ସହଜରେ ଖେଳିଥିଲେ । ପେସ୍‌ ଯୋଡ଼ି ଈଶାନ୍ତ ଶର୍ମା, ଯଶପ୍ରୀତ୍ ବୁମରା ଏବଂ ମହମ୍ମଦ ସାମି ପ୍ରଭାବହୀନ ରହିବାରୁ ଭାରତକୁ ପ୍ରଥମ ୱିକେଟ୍‌ ପାଇଁ ଲମ୍ବା ପ୍ରତୀକ୍ଷା କରିବାକୁ ପଡ଼ିଥିଲା । ୩୫ତମ ଓଭରରେ ରବିଚନ୍ଦ୍ରନ ଅଶ୍ୱିନ୍‌ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଲଥାମଙ୍କୁ ବିରାଟ କୋହଲିଙ୍କ ହାତରେ କ୍ୟାଚ ଧରାଇ ପ୍ରଥମ ସଫଳତା ଆଣିଥିଲେ । ଏହାପରେ କନୱେ ଏବଂ କେନ୍‌ ୱିଲିୟମ୍‌ସନ୍‌ ଲଢ଼ିଥିଲେ ମଧ୍ୟ ୪୯ତମ ଓଭରର ଚତୁର୍ଥ ବଳରେ ଈଶାନ୍ତ ଶର୍ମା କନ୍‌ୱେଙ୍କୁ ସାମିଙ୍କ ହାତରେ କ୍ୟାଚ୍ ଧରାଇ ଆଉଟ୍‌ କରିଥିଲେ । ଏହାପରେ ୨ଟି ବଲ୍‌ ପଡ଼ିବା ପରେ ବାଦଳିଆ ପାଗ ହେବା ଯୋଗୁଁ କିଛି ସମୟ ପାଇଁ ଖେଳକୁ ଅଟକା ଯାଇଥିଲା । ହେଲେ ତୃତୀୟ ଦିନ ଖେଳ ସମାପ୍ତି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.