oum

ବୋଲରଙ୍କ ଉନ୍ନତ ପ୍ରଦର୍ଶନ ବଳରେ ପଞ୍ଜାବକୁ ୬ ଉଇକେଟରେ ହରାଇଲା ଚେନ୍ନାଇ

jsm

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଆଇପିଏଲ୍ ୨୦୨୧ର ୮ମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ବିଜୟୀ ହୋଇଛି । ଏହା ସହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି । ଆଜି ଚେନ୍ନାଇ ଟସ ଜିତି ପଂଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ପଂଜାବ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୧ ରନ ହୋଇଥିବାବେଳେ ମୟଙ୍କ ଅଗ୍ରଓ୍ବାଲ ଆଉଟ ହୋଇଥିଲେ । ଏହା ପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ପଡ଼ିଚାଲିଥିଲା । ଶାହରୁଖ ଖାଁଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ କିଛି ଯୋଗଦାନ ଦେଇପାରି ନଥିଲେ । ଦଳର ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ୧୦ ରନ, କେଏଲ ରାହୁଲ ୫ ରନ କରି ଆଉଟ୍ ହୋଇଥିଲେ । ତେବେ ଶାହରୁଖଙ୍କ ୪୭ ରନ ବଳରେ ଦଳୀୟ ସ୍କୋର ୧୦୦ ଟପିପାରିଥିଲା । ପଂଜାବ ‌ଦ୍ୱାରା ଧାର୍ୟ୍ୟ ୧୦୭ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୬ ତମ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ମୋଇନ ଅଲ୍ଲୀ ୪୬ (୩୧) ଓ ଫାଫ ଡୁ ପ୍ଲେସିସ ୩୬ (୩୩) ରନ କରିଥିଲେ ।

Leave A Reply

Your email address will not be published.