oum

ଆଇପିଏଲ ୧୩ ଫାଇନାଲ : ସ୍ଵପ୍ନରେ ରହିଗଲା ଦିଲ୍ଲୀର ଆଇପିଏଲ ଟ୍ରଫି ଅର୍ଜନ : ୫ମ ଥର ପାଇଁ ଚାମ୍ପିଅନ ହେଲା ମୁମ୍ବାଇ

jsm

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ଫାଇନାଲରେ ଦିଲ୍ଳୀ କ୍ୟାପିଟାଲ୍ସକୁ ୫ ୱିକେଟ ପରାସ୍ତ କରି ପଞ୍ଚମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ।

ଦୁବାଇରେ ଅନୁଷ୍ଠିତ ଫାଇନାଲ୍ ମ୍ୟଚରେ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିଥିଲା । ଦିଲ୍ଲୀର ଇନିଂସରେ ଅଧିନାୟକ ଶ୍ରେସୟ ଆୟର ଓ ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆୟର ୫୦ ଟି ବଲ ଖେଳି ୬୫ ରନ୍‌ ଯୋଡ଼ିଥିଲେ। ସେ ୬ଟି ଚୌକା ଓ ୨ଟି ଛକା ମାରିଥିଲେ। ସେହିପରି ଋଷଭ ପନ୍ତ ୩୮ଟି ବଲ ଖେଳି ୫୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଶିଖର ଧଓ୍ଵନ ୧୩ଟି ବଲ ଖେଳି ୧୫ ରନ୍‌ କରିଥିଲେ। ମାତ୍ର ମୁମ୍ବାଇକୁ ବଡ଼ ଲକ୍ଷ୍ୟ ଦେଇ ପାରି ନ ଥିଲା।

ଦ୍ବିତୀୟ ପାଳିରେ ମୁମ୍ବାଇ ୧୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୪ ଓଭରରେ ୫ ୱିକେଟ ହରାଇ ଏହାକୁ ହାସଲ କରିଛି । ମୁମ୍ବାଇ ପକ୍ଷରୁ ପ୍ରଥମରୁ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ୫୧ ବଲରେ ୬୮ ରନ୍‌ କରିଥିବା ବେଳେ ଡି କକ୍‌ ୧୨ ବଲରେ ୨୦ ରନ୍‌ କରିଥିଲେ । ଏହା ପରେ ସୂର୍ୟ୍ୟକୁମାର ଯାଦବଙ୍କ ଓ୍ୱିକେଟ ଶସ୍ତାରେ ହରାଇଥିଲା ଦଳ। ଅଧିନାୟକ ରୋହିତ ଶର୍ମାଙ୍କୁ ନିଶ୍ଚିତ ରନଆଉଟ୍ ହେବାରୁ ବଞ୍ଚାଇବାକୁ ଯାଇ ୨୦ ବଲରେ ୧୯ ରନ୍‌ କରି ରନ୍‌ ଆଉଟ ହୋଇଥିଲେ ସେ । ସେହିପରି ଇଶାନ୍ କିଶାନ୍ ୩୩ ରନ ଓ ପୋଲାର୍ଡ ୯ରନ୍‌ କରିଥିଲେ । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା। ଏହି ବିଜୟ ସହ ମୁମ୍ବାଇ ପ୍ରଥମ ଦଳ ଭାବେ ପଞ୍ଚମ ଥର ପାଇଁ ଆଇପିଏଲ୍‌ରେ ବିଜୟ ମୁକୁଟ ପିନ୍ଧିଛି। ଏହି ହାଇଭୋଲଟେଜ୍ ମ୍ୟାଚରେ ଦିଲ୍ଳୀ ପକ୍ଷରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା ଅନ୍ରିଚ୍ ନର୍ଟେଜେ ୨ଟି ୱିକେଟ, ମାର୍କସ୍ ଷ୍ଟୋଇନିସ୍ ଓ କାଗିସୋ ରାବାଡା ୧-୧ ୱିକେଟ ନେଇଥିଲେ । ଫଳରେ ଫାଇନାଲ ମ୍ୟାଚରେ ଦିଲ୍ଲୀ ୫ ୱିକେଟ‌ରେ ପରାଜୟ ବରଣ କରିଥିଲା।‌ ଦିଲ୍ଲୀ ୧୨ ବର୍ଷ ହେଲା ଆଇପିଏଲ ଖେଳୁଥିଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିଲା। କିନ୍ତୁ ଫାଇନାଲରେ ବିଜୟୀ ହେବାର ଆଶା ଦିଲ୍ଲୀ ପାଇଁ ସ୍ବପ୍ନ ହୋଇ ରହିଗଲା। କିନ୍ତୁ ଅପରପକ୍ଷରେ ମୁମ୍ବାଇ ଲଗାତାର ଦୁଇଥର ଚାମ୍ପିଆନ ହୋଇଛି।

ପ୍ରଥମ ଥର ଫାଇନାଲ୍ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍‌ସର ଟ୍ରଫି ବିଜୟ ସ୍ବପ୍ନ ଅଧୁରା ରହିଗଲା। ପୂର୍ବରୁ ମୁମ୍ବାଇ ରୋହିତ ଶର୍ମାଙ୍କ ଦଳ ପ୍ରତି ଦୁଇ ବ‌ର୍ଷ ଅନ୍ତରରେ (୨୦୧୩, ୨୦୧୫, ୨୦୧୭, ୨୦୧୯) ଟ୍ରଫି ବିଜେତା ହେଉଥିଲା। ପ୍ରଥମ ଥର ପାଇଁ ମୁକୁଟ ବଜାୟ ରଖିବାରେ ସକ୍ଷମ ହୋଇଛି। ସର୍ବାଧିକ ରନ୍‌ ସହିତ ପଞ୍ଜାବର କେଏଲ୍ ରାହୁଲ୍ (୬୭୦) ଏବଂ ସର୍ବାଧିକ ୱିକେଟ୍ ସହ ଦିଲ୍ଲୀର କାଗିସୋ ରବାଦା (୩୦ ୱିକେଟ) ଯଥାକ୍ରମେ ଅରେଞ୍ଜ୍‌ ଓ ପର୍ପଲ୍ କ୍ୟାପ୍ ବିଜେତା ହୋଇଛନ୍ତି।

Leave A Reply

Your email address will not be published.