
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍ ସେମି ଫାଇନାଲକୁ ପ୍ରବେଶ କରିଛି । ୧-୦ରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲର ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ତେବେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ ଅଲିମ୍ପିକରେ ସେମିରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଗୁରୁଜିତ୍ କୌର ଗୋଲ୍ ଦେଇଛନ୍ତି ।