ବ୍ୟଙ୍ଗ ଦୃଷ୍ଟି : ଇ’ ଉଛବ୍‌ କାହାର୍‌ ଲାଗି…. ?

  • ଦେବାଶିଷ ମିଶ୍ର

ଶୀତ୍‌ ମାସେ କସରତ୍‌ର ମଜା ଅଲ୍‌ଗା, ଖୁଁଟା ଥି ବନ୍ଧା ବଲଦ୍‌ ମାନେ ବି ବାହରି ପଡସନ୍‌ ଯୁତା ମଫଲର୍‌ ଲଗେଇ । ସକାଲୁ ଉଠ୍‌ଲା ବେଲ୍‌କେ ତ’ ଏଗାର ବାଜୁଛେ, ସନ୍ଧ୍ୟାକେ ଲୋକ୍‌ ଦେଖ୍‌ନିଆ ମୁଇଁ ଭିଲ୍‌ ବାହାରି ପଡ୍‌ଲିଁ ମିଶନ୍‌ ପଡିଆ କେ । ଦୁଇ ଚକ୍କର୍‌ ନେଇଁ ମାରି କରି ଧଁସଁ ଧଁସଁ ଲାଗ୍‌ଲା । ଲଥୋ କରି ବସି ପଡ଼୍‌ଲିଁ ଫୁଲ ଗଛ୍‌ ତଲେ । ଏ ବୁଆ ଇଟା କାଏଁ ଚମତ୍କାର୍‌, ଫୁଲ୍‌ ଫୁଲ୍‌ ବାସ୍‌ନା ତ’ ନେଇଁ… ଗଞ୍ଜେଇ ଗଞ୍ଜେଇ ମହକି ଯାଉଛେ । ପଥର୍‌ ଷଣ୍ଢ୍‌ ଗୁରସ୍‌ ପିଇଲା ଉତାରୁ ଗଛ୍‌ ତଲ୍‌କେ ବାବା ନିଆସବାର୍‌ ତ’ ବଲି ପଛ୍‌କେ ଉଲ୍‌ଟି ଦେଖଲିଁ । ଚାଏର୍‌ ଜନ୍‌ ଏଆର୍‌ ଫୋର୍ସ ବାଲେ ଚିଲମ୍‌ ଧରି ତାକର୍‌ ତାକର୍‌ ଭିତ୍‌ରେ ଘିଚାଟନା, ହଁକାବାଦି ହେଉଛନ୍‌ । ସାମ୍ବାଦିକ୍‌ ମନ୍‌ ତ’! ପର୍‌ହର୍‌ କଥା ଥି କାନ୍‌ ଦେବାର୍‌ ଆଦତ୍‌ ତ’ ଅଛେ । ଜନେ କହୁଥାଏ ଗୁରୁ, ଉଛବ୍‌ ଟେ ଆସୁଛେ ବୋ, କମାନି ଥୁଡେ ହେବା ବାଗିର୍‌ ଲାଗୁଛେ । ଇ’ କଥା ଶୁନିକରି ମୁଇଁ ଭାବଲିଁ – ଏ ବୁଆ, ଇ ଚିଲମ୍‌ କେ ଉଛବ୍‌, ଗଜବ୍‌ ଯୁଡି! କଥା କିଛି ଥିବା ବଲି ଆର୍‌ ଟିକେ କାନ୍‌ ପାତି କରି ଶୁନ୍‌ଲିଁ । ଆର୍‌ ଜନ୍‌ହେ କଡ଼ା ଦମ୍‌ ଟେ୍‌ ଘିଚି କରି କହେଲ, କାଏଁ ଉଛବ୍‌ ଫୁଛବ୍‌ ବୋ’? ଇଥର ଆର୍‌ ନି ହୁଏ ! ତାକର୍‌ ଭିତ୍‌ରେ ମାଡ୍‌ ମର୍‌ଦନ୍‌ ହେଇ ଦୁଇ ଭାଗ୍‌ ହେଇଛନ୍‌ ପରେ । ଆର୍‌ ଜନେ ବଏଲା – କାଏଁ ମାଡ଼୍‌ ମରଦନ୍‌ ନେଇଁ ହେବେ? ବଲାଙ୍ଗିର୍‌ ପରେ ଦୁଇ ଭାଗ୍‌ ହେଇଛେ ବୋ, ଜିରୋ ଜିରୋ ୱାନ୍‌ ଆର୍‌ ଜିରୋ ଜିରୋ ଟୁ । ଲକ୍ଷ୍ମୀ ଜୋର୍‌ର ଇ’ ଖଁଡ଼ି ଆର ସେ ଖଁଡ଼ି ଦୁଇ ଦୁଇଟା ଥାନା ହେବା ପରେ….! ପହେଲା ଜନ୍‌କ’ ଝାରି ଫାପ୍‌ରି ହେଇ କହେଲା- ହେନ୍ତା ନାଇଁ ଡରା ବୋ’ ପିଲା…. ତୁଇ କାଏଁ ଡ଼ର୍‌ସୁ ବୋ, ଡନ୍‌ କୋ ପକଡ଼୍‌ନା ନାମୁମ୍‌କିନ୍‌ ହୈ, ଯେତେ ଥାନା ହଉ, ପଏସା ଦେଲେ ସବୁ ପାର୍‌ । ଆର୍‌ କାଲ୍‌ହିର୍‌ ଟିଭି ଦେଖଉଥିଲା, ବଲାଙ୍ଗିରେ ଗୁଟେ ଉଛବ୍‌ ହେବା, ରେଲି ହେବା ଆର୍‌ ଯାତ୍ରା ବି ହେବା, ସବେ ଉସତ ଉସ୍‌ନାକ୍‌ ଥି ଉଛବ୍‌ ମନାବେ ପରେ । ଏତେ ବେଲ୍‌ ତକ୍‌ ଜନେ ଚୁପ୍‌ଚାପ୍‌ ବସିଥାଏ, ସେ ମୁଁହୁ ଖୁଲ୍‌ଲା । – ଜ୍ଞାନ୍‌ ପି’ କରି ମୁରୁଖ୍‌ ଲେଖେନ୍‌ କଥା ନେଇଁ କହ ବୋ । ଘୁଡାର୍‌ ଉଛବ୍‌ ମନାବେ! ଗଲା ବଛର୍‌ ଟାଉନ୍‌ ଭିତରେ ଦିନ୍‌ ଦାହାଡେ଼ ମୋର୍‌ ବୁଆ କେ ଟରକ୍‌ ଚେପାଲା, ପୁଲିସ ପଏସା ଖାଇ ଟରକ୍‌କେ ଛାଡିଦେଲା । ମେଡିକାଲ କେ ନେଲିଁ ଯେ ସେନେ ଡାକ୍ତର୍‌ ନେଇଁ, ମୋର୍‌ ବୁଆ ଛଟ୍‌କି ଛଟ୍‌କି ମରିଗଲା । ଏତେ କଥା ହେଲା, ଆହା ବଲ୍‌ବା କେ ଲୋକ ଟେ ନେଇଁ । ରିକ୍ସା ଥିଁ ଏକ୍‌ଲା ଟେକି ନେଲି ବୁଢାର୍‌ ଲାସ୍‌କେ! ଇଆଡେ, ଘରେ ମୋର୍‌ ମାଁ ନାଇଁ, କି ଦଦା ନାଇଁ । ଇଟ୍‌ ଗଢି ଯାଇଥିଲେ ହାଏଦ୍ରାବାଦ୍‌ କେ । ମଲା ଖବର ପାଏଲା ଉତ୍‌ରୁ ବି ସର୍ଦ୍ଦାର ନାଇଁ ଛାଡ୍‌ଲା । ସବୁ ପଏସା ପତର୍‌ ଲୁଟି ନେଲା ଆର୍‌ ମୋର ଦଦା କେ ମରତୁନ୍‌ ପିଟ୍‌ଲା । ଲୁକିଲୁକା କରି ତିନ୍‌ ଦିନ୍‌ ଉତାରୁ ଫିରଲେ ମୋର ମାଁ ଆର୍‌ ଦଦା । ତାପରେ ଯାଇ ବୁଢାକେ କେ ପୁଡାଲୁଁ, ଇ’ କଥା ଜାନିଛୁ ! ଆର୍‌ ଜନେ କହେଲା – ହଏ ବୋ’, ତୁଇ ଏକ୍‌ଲା ବଢେ଼ ଜାନବାର୍‌! ହେଥିର ଲାଗି ଆଇଟିଆଇ ପଢି କରି ତମ୍ବା ତାର ଚୁରଉଛୁ । ସେ ଜନ୍‌କ’ ଉତର୍‌ ଦେଲା – ଆର୍‌ କାଣା କର୍‌ମି, ଖେତ୍‌ କି ଖଲା, ପାଏନ୍‌ କି କାଏଂଜ୍‌, ମିଲ୍‌ କି ମାଲିକ୍‌… ଯେ ଇନ କବାର୍‌ ମିଲ୍‌ବା । ଆର୍‌ କାଣା ମୋର ଦଦାର୍‌ ଲେଖେନ୍‌ ଇଟ୍‌ ଗଢ଼ି ଯାଇକରି ମାଡ ଖାଏମି! କାହାର୍‌ ଲାଗି ଇ ଉଛବ୍‌ ଆଏ ବୋ? ଫାରସ୍‌ ଚାଲିଛେ ଛୁଚାଟାକେ । ଆମର୍‌ କାଣା ଅଛେ । ଇ ମାନକର୍‌ ଲେଖେନ୍‌ ଆମେ କାହାର୍‌ ଆଗେ ହାତ ପାତୁ ନେଇଁ । ଜିଗର୍‌ ଅଛେ, ହତିଆର ଦେଖାସୁଁ… ଆର୍‌ ସାମନା ଥୁଁ ଲୁଟସୁଁ । ସେଟା ଫେର୍‌ ଫିପ୍‌ଟି ଦେସୁଁ, ଫିପ୍‌ଟି ଖାଏସୁଁ । ହଁ, ହେଦିନ ମୋର୍‌ ବୁଆର୍‌ ବଛର୍‌କିଆ ଅଛେ ବୋ, ସଖାଲୁ ନେଇଁ ଆସି ପାରେଁ । ବେଲ୍‌ବୁଡ଼ା କେ ଆମର୍‌ ଆଡ୍ଡାନେ ଭେଟ୍‌ ପଡ୍‌ମା । ଆର ଆଡୁ କହେଲା – ସତେ ବୋ ସତ୍‌ କହୁଛୁ, ଇମାନ୍‌କର୍‌ ପେଟ୍‌ ଅଁତି ପାଇ ନେଇଁହୁଏ । ଥରେ ମୋର କକାର୍‌ ସାଙ୍ଗେ ନାଚି ଆସିଥିଲୁଁ ଯେ ଟଙ୍କା ଟେ ନେଇଁ ଦେଲେ ବୋ’, ଫାଫା ହେଇ ଫିର୍‌ଲୁଁ । ନାକୁ କୁହୁଲା ଛାଡି କରି ଆର୍‌ ଜନେ ବଏଲା – ହେନ୍ତା ନେଇଁ କହରେ ବାବୁ, ଇହାଦେ ସବୁ ଉଛବ୍‌ କେ ପାଟି ପଲ୍‌ଟିକ୍ସ୍‌ ସମି ଆସୁଛେ । କାଲି କାଏଁଥି ଧରା ପଡଲେ, ବେଲ୍‌ ଲାଗି କେନ୍‌ ନେତାର୍‌ ଦରକାର୍‌ ପଡ୍‌ବା, କିଏ କହେବା । ସେ ଯାହା ହଉ ବୋ, ହେଥି ଆମର୍‌ କାଏଁ ଘିଚାଟନା । ହେଦିନ ଆମେ ଆମର୍‌ ବୁଆର୍‌ ବଛର୍‌କିଆ ମନାମା । ସବେ ଉଛବ୍‌ ମନାଲା ବେଲ୍‌କେ ଆମେ ସୁନା ଚେନ୍‌ଟେ କି କାନ୍‌ ଫୁଲ୍‌ଟେ ଘିଚି ଆନି ପାର୍‌ଲେ ଆମର୍‌ ମଜା ହେଇଯିବା । ଚାଏର୍‌ ଜନ୍‌ ଯାକର୍‌ ଉତ୍‌କି ଉତ୍‌କି ହଁସଲେ ।

ଇ ସବୁ ଶୁନି କରି ମୋର ହିଆ ଶୁଖିଗଲା । କଲେ କଲେ ଉଠଲିଁ ଆର୍‌ ଗିଦ୍‌ଗିଦା ପଲେଇ ଆଏଲିଁ । ମିଶନ୍‌ ଛକ୍‌ କେ ଆଏଲା କେ ଯାଏ ଜୀବନ୍‌ ବାଟେ ପଡ଼୍‌ଲା । ଘରକେ ଫିର୍‌ଲା ବେଲେ ଭାବ୍‌ଲିଁ – ବାଁଚୁନ୍‌ ବାଁଚୁନ୍‌ ବଁଚି ଗଲି । ମାଁକେ ଜୁହାର୍‌ କଲି । ହେଲେ ଛୁଚା ନିଶାଖୋର ଗୁଟେକର୍‌ କଥାନୁ ଉଭରି ନାଇଁ ପାର୍‌ଲି । ସତେ ଇ ଉଛବ୍‌ କାହାର୍‌ ଲାଗି ? ଯେନର୍‌ ଇସ୍କୁଲେ ମାଷ୍ଟର ଆରୁ କଲେଜ୍‌ରେ ଲେକ୍‌ଚରର୍‌ ନାଇଁନ’ ସେ ଛୁଆ ମାନକର୍‌ ଲାଗି, ପଢଲା ପିଲା କେ ଚାକ୍‌ରି ନେଇଁନ’ ସେମାନ୍‌କର୍‌ ଲାଗି କି ରୁଗୀ କେ ଡାକ୍ଟର୍‌ ନାଇଁନ ଆର୍‌ ଲେଡ଼ି ରଗ୍‌ଡି ରଗ୍‌ଡି ମରୁଥିବାର୍‌ ସେ ରୁଗୀ ମାନକର୍‌ ଲାଗି? କଁଚା ଯୁଆନ୍‌ ବଏସେ ନିଶା ଖାଇ ଖର୍ଚା କାଢବାର ଲାଗି ଚୁରି ଡକାୟତି କେ ପଶୁଥିବା ପିଲାମାନକର ଲାଗି କି ଖେତ୍‌ କେ ପାଏନ, ସାର୍‌, ବିହନ୍‌ ଆର୍‌ ସରକାରୀ ସୁବିଧା ନାଇଁ ପାଇ ମହରା ଖାଇ ଦେଉଥିବା ଚାଷୀମାନ୍‌କର୍‌ ଲାଗି ? ନିଜର୍‌ ଦେଶେ କାମ୍‌ କବାର୍‌ ନାଇଁ ପାଇ ମୁଡ୍‌ ବିକି ବିଦେଶ୍‌କେ ଯାଉଥିବାର ଖଟିଖିଆ ମାନକର ଲାଗି କି ଘର୍‌କେ ଦୁଇ ପଏସା ଆନବାର୍‌ ଲାଗି ବାର ଦୁଆର୍‌, ହୁଟଲ୍‌ ଦୁକାନମାନକୁ ଧୁର୍‌ ଧୁର୍‌ ମାର୍‌ ମାର୍‌ ହଉଥିବାର୍‌ ଛୁଆ ମାନକର୍‌ ଲାଗି ? କାହାର୍‌ ଲାଗି ଇ ଉଛବ୍‌! ସାରା ସହର ବିରୋଧ କରି ଗୁଟେ ଡିଭାଇଡର୍‌ ହଟେଇ ନାଇଁ ପାରି ଥିବାର ସହରବାସୀ ମାନକର୍‌ ଲାଗି କି ସହର୍‌ କେ ସୁନ୍ଦର୍‌ ସଲଖ୍‌ କରବାର୍‌ ଲାଗି ନିଜର ଘର୍‌ ଦୁଆର୍‌ ଆର୍‌ ଦୁକାନ୍‌ ହରେଇଥିବାର୍‌ ଦୁଖୀ ମାନକର୍‌ ଲାଗି ? ହାତ୍‌ ଗନ୍‌ତି ସମାଜ୍‌ସେବୀ ଆର୍‌ ବଡ୍‌ ବଡ୍‌ ଲୋକ ମାନକର୍‌ ଲାଗି କି ସାରା ବଲାଙ୍ଗିରେ ମନ୍‌ ମାଫି ରାଜ୍‌ କରୁଥିବାର୍‌ ସରକାରୀ ବାବୁ ମନକର୍‌ ଲାଗି ? ସାରା ଜିଲ୍ଲାକେ ନିଶା ବିକି ନିଶାଖୋର୍‌ କରୁଥିବା ନିଶା ମାଫିଆ ମାନକର୍‌ ଲାଗି କି ଲୁକର୍‌ ନୁ ଗାଦି ପାଇକରି ଲୁକର୍‌ ଦୁଖେ ଦେଖା ଦଉ ନେଇଁ ଥିବାର ଇ’ ନେତା ଗୁତା ମାନକର୍‌ ଲାଗି ? ସତେ, ମୁଇଁ ଏତେ ବେଲ୍‌ ତକ୍‌ ମୋର୍‌ ମନ୍‌କେ ବୁଝେଇ ନାଇଁ ପାର୍‌ଲିଁ ଇ ଉଛବ୍‌ କାହାର୍‌ ଲାଗି …???

ମୋ.ନଂ.: ୯୪୩୯୦୩୦୦୦୫

Leave A Reply

Your email address will not be published.

5 + 17 =