କାମ୍ ଚଲିଗଲେ ହେଲା । କେତେ ଲହର୍ ଝପର୍, ଧାଁ ଧପଡ଼୍! ରୀତି ରିବାଜ୍ ଟେ ମାନ୍ବାର୍ କେ ପଡ଼ୁଛେ ବଲି ଏତ୍କି କଥା । ନେଇଁ ହେଲେ କିଏ ପଚ୍ରଉଛେ ।
ମନ୍ କେ ମନ୍ କୁର୍ବୁରେଇ ହଉଥ’ନ୍ ପଣ୍ଡା ବାବୁ । ଗାଁ ଥି କକାର୍ ପୁଓର୍ ପୁଓ ଟେ ମରି ଯାଇଛେ । ହେନ୍ତା ଦେଖ୍ବାର୍ କେ ଗଲେ ବଡ଼ୁ ପୁଓ ହେବା । ଯା’ ଆସ୍ ନେଇଁ ହେବାର୍ନ’ ବଲି ଲେତାଗୁତା ଦୂରିଆ ହେଇ ଯାଇଥିଲେ ବି ହିସାବ୍ କିତାବ୍ ଥି ଘରର୍ ମେତାନ୍ଟା । ମିର୍କିଟିଆ ହେଇଛନ୍ ଯେତେବେଲେ ରୀତି ନୀତି ଅନ୍ସାରେ ତ’ ଶୁଦ୍ଧି ହେବେ । ହେତିର୍ ଲାଗି ଦିନା ଦୁଏ ହେଲା ପଣ୍ଡା ବାବୁ ଟିକେ ଢେକ୍ ପହର୍ ହଉଛନ୍ । ତାକର୍ ଘର୍ ପାଖର୍ ଲଉଣ୍ଡ୍ରି ବାଲା କେ କପ୍ଡ଼ା ଲତା ଟିକେ ସାଫ୍ ସୁତର୍ କରିଦେବାର୍ କେ କହେଲେ ଯେ, ଲଉଣ୍ଡ୍ରି ବାଲା ସିଧା ସିଧା କହିଦେଲା – ‘ମିର୍କିଟିଆ କାମ୍ ବଏଲେ ଖଁଡେ଼ କପ୍ଡ଼ା ଧୁଇଲେ ବି ତିନ୍ ହଜାର୍ ନୁଁ କମ୍ ନେଇଁ ହୁଏ ।’ ପଣ୍ଡା ବାବୁ ହଡ଼୍ବଡେ଼ଇ ଗଲେ ଆର୍ ତୁମ୍ ପଡ଼ିକରି ସେନୁଁ ଫିରି ଆଏଲେ । ବଢ଼ିଆଁ ଭାବ୍ନା ଟେ ତାକର୍ ମୁଡ଼୍ କେ ଜୁଟ୍ଲା । ସେ ଲଉଣ୍ଡ୍ରି ଦୁକାନ୍ ପାଖର୍ ପାନ୍ ଦୁକାନେ ଗଲେ ଆର୍ ପାନ୍ ଖାଏବାର୍ ସାଙ୍ଗେ ସାଙ୍ଗେ ପାଏନ୍ ବୁତ୍ଲେ ବି ଘିନ୍ଲେ । ହେ ସମିଆଁ ଥି ଲଉଣ୍ଡ୍ରି ଦୁକାନେ କାମ୍ କର୍ସି ଯେନ୍ ପିଲା, ସେ ପାନ୍ ଦୁକାନ୍ କେ ଆସ୍ଲା ପୁଡ଼ିଆ ଖାଏବାର୍ କେ । ପଣ୍ଡା ବାବୁ ସେ ପିଲା କେ ବଏଲେ – “ଏ ବାବୁ ଇ’ ପାଏନ୍ ବୁତଲ୍ ଟିକେ ଧର୍ତ’! ସେ ବୁପ୍ରା ଧରି ଦେଲା ପାଏନ୍ ବୁତଲ୍ । ପଣ୍ଡା ବାବୁ ଦଶ୍ ଟଙ୍କି ଗୁଟେ ମୁନା ନୁଁ ବାହାର୍ କଲେ ଆର୍ ସେ ବାବୁ କେ ଧରେଇ ଦେଲେ ଆର୍ ପାଏନ୍ ବୁତଲ୍ କେ ନେଇ କରି ଗାଡ଼ି ଡିକି ଥି ଭରି ଦେଲେ । ସେ ପିଲା କିଛି ବୁଝି ନେଇଁ ପାର୍ଲା । କାଏଁ ହେଲା ଯେ ଦଶ୍ ଟଙ୍କା ଦେଲେ ବଲି ପଚ୍ରାଲା । ପଣ୍ଡା ବାବୁ ହଁସିଦେଲେ ଆର୍ ବଏଲେ – “ତୁଇ ପାଏନ୍ କେ ଛିଁ ଦେଲୁ ବଏଲେ ତ’ ହେଇଗଲା ବୋ । ହେ ପାଏନ୍ କେ ଟିକେ ମେଶେଇ କରି ଆମେ କପ୍ଡ଼ା ଲତା ସଫା କରିଦେମୁ ଆର୍ ଶୁଦ୍ଧି ହେଇଯିମୁ ।’ ସେ ପିଲା ବି ହଁସି ଦେଲା ଆର୍ ପୁଡ଼ିଆ ଖାଇ କରି ପାନ୍ ଦୁକାନୁଁ ପଲାଲା ।
ପାନ୍ବାଲା ପଣ୍ଡା ବାବୁଙ୍କର ସବୁ ଭାବ୍ ରଙ୍ଗ ଦେଖିକରି ଆର୍ ସମ୍ଭାଲି ନେଇଁ ପାର୍ଲା । ବଏଲା – “ମାନ୍ବାର୍କେ ପଡ଼୍ବା ଆଜ୍ଞା ଆପଣ୍ଙ୍କର ବୁଦ୍ଧି କେ ।’
ପଣ୍ଡା ବାବୁ ବଏଲେ – ହଏ ହୋ ଭାଇ! କପ୍ଡ଼ା ଖଁଡେ଼ ହେଲେ ବି ମିର୍କିଟିଆ କାମ୍ ବଏଲେ ତିନ୍ ହଜାର୍ ନୁଁ କମ୍ ନେଇଁ ହୁଏ ବଏଲା ଲଉଣ୍ଡ୍ରି ଦୁକାନ୍ ବାଲା । ହେତିର୍ ଲାଗି ମୁଇଁ ଇ’ ପ୍ଲାନ୍ କଲିଁ । ଇ’ ପିଲା ହଉଛେ ଲଉଣ୍ଡ୍ରି ଦୁକାନ୍ ବାଲାର୍ ବବାର୍ ପୁଓ । ସେ ବି ତ’ ପାଏନ୍ ଟିକେ ଛିଁ ଦେଲେ ହେଇଗଲା । କାମ୍ ଚଲିଗଲେ ହେଲା । ଆମେ କପ୍ଡ଼ା ଲତା ସଫା କଲା ବେଲ୍କେ ଇ ପାଏନ୍ କେ ମେଶେଇ ଦେମୁ । ରୀତି ରିବାଜ୍ ମାନ୍ବାର୍ଟା ବି ହେଇଗଲା… ଆର୍ ସେ ବୁପ୍ରା ହେନ୍ତି ହେନ୍ତି ଟଁକା ଦଶ୍ଟା ବି ପାଇଗଲା । ମିର୍କିଟିଆ ନାଁ ପଡ଼୍ଲେ ତିନ୍ ହଜାର୍ ତ’ ଦେଇ ନେଇଁ ହୁଏ । ହେତିର୍ ଲାଗି ଏନ୍ତା ଉପେ ଟେ କଲିଁ । ମୋର୍ ବୁଧି ଠିକ୍ ଅଛେ କି ନେଇଁ ତୁମେ କହ?
ପାନ୍ବାଲା ଖିଲ୍ଖିଲାତେଲ୍ ହଁସଲା ଆର୍ ବଏଲା – ସତେ ଆଜ୍ଞା, ମାନ୍ବାର୍ କେ ପଡ଼୍ବା ଆପଣ୍ଙ୍କର ବୁଧି କେ । ଦେଖୁନ୍ ତ’ ତିନ୍ ହଜାର୍ ଟଁକା ହେନ୍ତି ହେନ୍ତି ଗନ୍ବାର୍ କେ ପଡ଼ିଥିତା ନେଇଁହେଲେ । କାବା ହେଇଯିବ ହୋ’…! (କେପିଏନ୍ଏସ୍)