କନ୍କନି ଜାଡ଼୍ । ରାତିର୍ ଦଶ୍ ବଜେ ନୁଁ ବିବେକ ବାବୁ କମଲ୍ ଭିତ୍ରେ ଖୁଡ଼ୁବୁଡ଼ୁ । ଉଷୁମ୍ ଉଷୁମ୍ ଲାଗୁଥାଏ ବଲି ଝୁମ୍ରା ବି ଲାଗି ଯାଇଥାଏନ’ । ଠିକ୍ ଅଧ୍ ରାଏତ୍ ଥି ମୋବାଇଲ୍ ଗର୍ଜିଲା । ଝୁମ୍ରା ଭାଙ୍ଗିଗଲା ବିବେକ ବାବୁଙ୍କର୍ । ମୋବାଇଲ୍ ଧରୁ ଧରୁ ରିଙ୍ଗ୍ ବି କଟିଗଲା । କିଏ କଲ୍ କରିଛେ ଦେଖ୍ଲେ । ତାକର୍ ଖୋବ୍ ଦିନର୍ ସାଙ୍ଗ୍ ମନ୍ଟୁ ବାବୁ କଲ୍ କରିଛନ୍ । କଲ୍ ବେକ୍ କଲେ ।
- ହେଲୋ…. ମନ୍ଟୁ !
- ହଁ ବିବେକ୍.. ମୁଇଁ କରିଥିଲିଁ ବୋ କଲ୍ । ବଡ଼ା ଅସ୍ବିଧା ଥି ପଡ଼ିଛେଁ । ମାଁର ଦିହିଁ ବହୁତ୍ ଖରାପ୍ । ଡାକ୍ତରଖାନା ଥି ରଖିଛେଁ । ଏଚ୍ବି ୪ ପଏଣ୍ଟ କେ ଖଁସ୍ରି ଆସିଛେ । ଡାକ୍ତର୍ ବଲୁଛନ୍ ଏଛିନ୍ ରକତ୍ ଦେବାକେ ପଡ଼୍ବା । ବି ପୋଜେଟିଭ୍ । ଦୁଇ ଚାଏର୍ ଝନ୍କେ କଲ୍ କଲିଁ ଯେ କିହେ ନେଇଁ ଉଠାବାର୍ । ଯାହା ହଉ ତୁଇ ଉଠାଲୁ ଯେ ବଡ଼୍ କଥା । କେନ୍ତା ଗୁଟେ ବ୍ୟବସ୍ଥା କର୍ ।
- ହଉ, ବ୍ୟସ୍ତ୍ ନେଇଁହ’ । ମୁଇଁ ବ୍ୟବସ୍ଥା କରୁଛେଁ ଆର୍ ଡାକ୍ତରଖାନା ପୁହୁଁଚୁଛେଁ ।
କଲ୍ କାଟିଦେଲେ ବିବେକ । ତାକର୍ ତ’ ବ୍ଲଡ଼୍ ଗ୍ରୁପ୍ ଏ’ ପୋଜେଟିଭ୍ । ନେଇଁ ଚଲେ । ସୋର୍ କଲେ ଯେ ତାକର୍ ଆର୍ ଝନେ ପିଲାଦିନର୍ ସାଙ୍ଗ୍ ମଦନର ବ୍ଲଡ଼୍ ଗ୍ରୁପ୍ ବି ପୋଜେଟିଭ୍ ଆଏ । ତାହାକେ କଲ୍ କଲେ । ମଦନର ସାଙ୍ଗେ କଥା ହେଲେ ଆର୍ ରକତ୍ ଦେବାର୍ କେ କହେଲେ । ମଦନ ବି ରେଡ଼ି ହେଇଗଲେ । ସହରର ଗୁଟେ ପଡ଼ା ଥି ନେଇଁ ହେଲେ ବି ପାଖର୍ ପାଖର୍ ପଡ଼ା ଥି ବିବେକ ଆର୍ ମଦନ ବାବୁଙ୍କର୍ ଘର୍ । ବିବେକ ବଏଲେ – ତୁଇ ରେଡ଼ି ହେଇକରି ଘର୍ ମୁହେଁ ଠିଆ ହେଇଥା’ । ମୁଇଁ ପୁହୁଁଚୁଛେଁ ତୋର୍ ଘର୍ ମୁହୁଁ କେ । ଦୁହେଁ ମିଶିକରି ଡାକ୍ତରଖାନା ଯିମା ।
କିଛି ସମିଆଁ ଉତ୍ରୁ ଦୁହେଁ ଡାକ୍ତରଖାନା କେ ପୁହୁଁଚିଲେ । ରକତ୍ ଭଁଡ଼ାର ଆଘେ ଆଘେ ଠିଆ ହେଇଥା’ନ୍ ମନ୍ଟୁ । ମଦନର ରକତ୍ ଡ୍ର କରାହେଲା ଆର୍ ତୁର୍ତା ତୁର୍ତି ଘଡେ଼ ଉତ୍ରୁ ମନ୍ଟୁ ବାବୁର୍ ମାଁଙ୍କୁ ରକତ୍ ଚଢ଼ା ହେଲା । ଘନ୍ଟେ ଦୁଇ ଘନ୍ଟା ଡାକ୍ତରଖାନା ନେ ରହିକରି ମାଁର୍ ଅବସ୍ଥା ତ’ ଠିକ୍ ଅଛେ ବଲି ଦୁହି ସାଙ୍ଗ ବିବେକ ଆର୍ ମଦନକେ ଘର୍କେ ପଠେଇ ଦେଲେ ମନ୍ଟୁ ବାବୁ ।
ତାର୍ ଆର୍କ’ ଦିନେ ସକାଲୁ ୧୦ ବଜେ ଆଡ଼କେ ବିବେକ୍ ହାଲ୍ଚାଲ୍ ଜାନ୍ବାର୍ ଲାଗି ଡାକ୍ତରଖାନା କେ ପୁହୁଁଚିଲେ । ମାଁ ଠିକ୍ ଅଛନ୍ ଦେଖିକରି ବଡ଼ା ଗହକି ହେଲେ । ମନ୍ଟୁ ବି ବଡ଼ା ଉସତ୍ ହେଇକରି କହେଲେ- ତୁଇ ବ୍ୟବସ୍ଥା ନେଇଁ କରିଥିଲେ ବଡ଼ା ମୁସ୍କିଲ୍ ହେଇଥିତା ବୋ’ ବିବେକ । ମଦନ କେ ବି ମାନ୍ବାର୍କେ ପଡ଼୍ବା । ବୁପ୍ରା ମାଁ କେ ରକତ୍ ଟିକେ ଦେଲା ବଲି ଏଛିନ୍ ମାଁ ଭଲ୍ ଅଛେ । ତମର୍ ଇ’ ହେଲ୍ପ୍ ଜୀବନ୍ ସାରା ନେଇଁ ପାଶ୍ରି ପାରେଁ ।’ ବିବେକ ବାବୁ ମନ୍ଟୁ ବାବୁର୍ ଖନ୍ଦେ ହାତ୍ ଦେଇକରି ବଏଲେ – ହେଟା ଗୁଟେ କଥା କହେସୁ କାଏଁ ବୋ! ତୋର୍ ମାଁ ଯେନ୍ଟା ଆମର୍ ମାଁ ବି ସେଟା । ଇଟା କାଏଁ ହେଲ୍ପ୍ । ମାଁର୍ ଲାଗି ଏତ୍କି ନେଇଁ କରି ପାର୍ଲେ କାଏଁ ମୁନୁଷ୍ ଜନମ୍!
ମନ୍ଟୁ ବାବୁକେ ଭେଟ୍ଲା ଉତ୍ରୁ ଡାକ୍ତରଖାନା ନୁ ବିବେକ୍ ବାବୁ ଫିରି ଆଏଲା ବେଲ୍କେ ଭାବୁଥା’ନ୍ – ମଦନ ଛୋଟ୍ ଜାତିର୍ ଭାଇଟେ ବଲି ତାହାକୁ ଭିତର୍ ଘର୍କେ ନେବାର୍ ଲାଗି ମନ୍ଟୁର ମାଁ ସବୁବେଲେ ବାରନ୍ କରୁଥିଲେ । ଆଏଜ୍ ସେ ମଦନର ରକତ୍ ତାକର୍ ଦିହେଁ ଚହଲିଲା ଉତ୍ରୁ ଯାଏ ଜୀବନ୍ ରହିଛେ । ଇ କଥା କେଭେ ବୁଝି ପାର୍ବେ, କେଜାନି….. ।