ଚଏତୁର୍ ଉସତ୍ କହେଲେ ନେଇଁ ସରେ । ଏଦେ, ଆର ମାସର୍ ପହେଲା ତାରିଖ୍ ନୁଁ ଜଏନ୍ କର୍ବା ଚାକ୍ରୀ ଥି । ଦଲାଲ୍ କେ ଠନ୍ ଠନ୍ ଗନି ଦେଇଛେ ଖଡ଼୍ଖଡ଼ି ନୋଟ୍ । ତିନ୍ ଲାଖ୍ । ଯେତ୍କି ଠୁଲେଇ କରି ରଖିଥିଲା ଝାଲ୍ ବୁହା ଟଁକା, ସବୁ ଦେଇ ଦେଇଛେ । ଦଲାଲ୍ ବି ନିଜର୍ ଲୋକ୍ ଝନେ । ମାମୁଁର୍ ପୁଓର ସାଙ୍ଗ୍ ଆଏ ।
ଚଏତୁ ଆର୍ ବି ମନେ ମନେ ଭାବୁଛେ, ତିନ୍ ଲାଖ୍ ଗଲେ କାଏଁହେଲା । ଚାକ୍ରୀ କଲେ ମାସ୍କ’ ମାସ୍ ତ’ ଜୀବନ୍ ଥିବାର୍ ପତେ ଦର୍ମା ମିଲ୍ବା । ଯେତ୍କି ଦେଇଛେ ତାର୍ ନୁଁ ପଚାଶ୍ ଗୁନା ପାଏବା । ଜୀବନ୍ ଗୁଟା ଶାନ୍ତି ଥି କଟାବା । ସୁନ୍ଦ୍ରୀ ଟୁକେଲ୍ ଗୁଟେ ଦେଖିକରି ବିହା ହେବା, କୁଟୁମ୍ କର୍ବା, ତାର୍ ଛୁଆପୁତା କନ୍ଭେଣ୍ଟ ଇସ୍କୁଲେ ପାଠ୍ ପଢ଼୍ବେ, ଘର୍ ବନାବା, ଟିକେ ଛଁଚି ରଁଚି ପାର୍ଲେ ଗାଡ଼ି ଘିନ୍ବା…. କେତେଟେ ସପନ୍ ତାର୍ ମନ୍ ଭିତ୍ରେ ପାଆଁଲି ଯଉଛେ ।
ମାମୁଁର୍ ପୁଓର୍ ସାଙ୍ଗ ଟେ ଚଏତୁକେ ସର୍କାରୀ ପିଅନ୍ ଚାକ୍ରୀ ଟେ କରେଇ ଦେମିଁ ଭୁବନେଶ୍ୱର ଥି ବଲି ତିନ୍ ଲାଖ୍ ଟଁକା ଗନି ନେଇଛେ । ଚଏତୁ ବି ଭାବ୍ ବିଶ୍ୱାସ୍ ଥି ଉସତ୍ ମନେ ଦେଇଛେ ପଏସା । ତାର୍ ନିକେ ଜଏନିଂ ଲେଟର୍ ଟେ ବି ଆସିଛେ । ଆଏବାର୍ ମାସର୍ ପହେଲା ନୁଁ ଜଏନ୍ କର୍ବା । ମାସେ ଚଲି ହେଲା ମେତାନ୍ ପଏସା ପତର୍ ବି ଧାର୍ ଉଧାର୍ କରି ଯୋଗାଡ଼୍ କଲା । କପ୍ଡ଼ା ଲତା ସାମାନ୍ ପତର୍ ଦୁରା ବି ଧର୍ଲା । ସେ ଦଲାଲ୍ ବାବୁର୍ କହେଲା ଅନ୍ସାରେ ୩୧ ତାରିଖ ରାତିର୍ ଗାଡ଼ି ଥି ଛୁଟ୍ଲା ଭୁବନେଶ୍ୱର । ସକାଲୁ ସକାଲୁ ଭୁବନେଶ୍ୱର ନେ ଫିଟ୍ । ପାଖର୍ ଶୌଚାଳୟ କେ ଯାଇକରି ଗଧାପଧା କରି ବାହାରିଲା ଯେନ୍ ଅଫିସ୍ର ନାଁ ଲେଖା ହେଇଥିଲା ଜଏନିଂ ଲେଟର୍ ଥି, ସେ ଅଫିସ୍ କେ । ଅଫିସ୍ ଆଘେ ଥିବାର୍ ବର୍ଗଛ୍ ତଲେ ବସିଥାଏ ନ’ ବଜେ ନୁଁ । ଦଶ୍ ବାଜ୍ଲା କେ ଅଫିସ୍ ଖୁଲ୍ଲା । ଜଏନିଂ ଲେଟର୍ ନେଇ କରି ଅଫିସ୍ର ବଡ଼୍ ବାବୁ ପାଖେ ପୁହୁଁଚିଲା ଚଏତୁ । ବଡ଼୍ ବାବୁ ଜଏନିଂ ଲେଟର୍ ଦେଖ୍ଲେ ଆର୍ ଚଏତୁ କେ ଉପ୍ରୁ ତଲ୍ ତକ୍ ଟିକେ ଦେଖି ନେଲେ । ଖିଜେଇ ହେଲା ମେତାନ୍ କହେଲେ – “କ’ଣ କିହୋ ବାବୁ, ଜଏନିଂ ଲେଟର୍ ଏମିତି ହୁଏ? କିଏ ଗୋଟେ ତୁମକୁ ଚୁନା ଲଗେଇଛି ଆଉ ତୁମେ ସେଇ ଚୁନା ଧରି ଭୁବନେଶ୍ୱରରେ ବୁଲୁଛ? କେଉଁଠୁ ପାଇଲି ଏଇ ନକ୍ଲି ଜଏନିଂ ଲେଟର୍? ଏଇ ଲେଟର୍ ତ ଆମର୍ ଅଫିସ୍ର ନୁହେଁ । ତୁମକୁ ଦେଲା କିଏ?’ ଚଏତୁ ମୁଡ଼୍ ଖୁଜେଇ ଖୁଜେଇ ବଏଲା- ପୋଷ୍ଟ ଅଫସ୍ ବାଲେ ତ’ ଦେଇଛନ୍ ଆଜ୍ଞା ।’
- ପୋଷ୍ଟ୍ରେ ଯାଇଛି ସିନା, ଏଇ ଲେଟର୍ ପଠେଇଛି କିଏ ତମ ପାଖକୁ? କାହାକୁ ପଇସା ପତ୍ର ଦେଇଥିଲ କି?
- ହଏ ଆଜ୍ଞା! ତିନ୍ ଲାଖ୍ ଟଁକା ଦେଇଥିଲିଁ ।
- ଯାହାକୁ ଟଙ୍କା ଦେଇଥିଲ, ତା’ ପାଖକୁ ଯାଅ…! ସେ ତମକୁ ଚାକିରୀ ଦେବ । ଚାକିରୀ କ’ଣ ଗଛରେ ଫଳୁଛି ଯେ, ଏମିତି କିଏ ନିଜ ବାଡ଼ିରୁ ତୋଳି ଦେଇଦେବ…. ସେ ମହାପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ପଇସା ଅସୁଲ୍ କର.. ନହେଲେ ପୁଲିସ୍ ପାଖକୁ ଯାଅ ।
ଚଏତୁର୍ ମୁଡ଼୍ ଗୁଡ଼ୁମ୍ । ସବୁ ସପନ୍ ତାର୍ ଫୁସ୍ କରି ଫୁସ୍କି ଗଲା । ତର୍ସର୍ ସେ ଦଲାଲ୍ ବାବୁ କେ ଫୋନ୍ ଲଗାଲା । ସୁଇଜ୍ ଅପ୍ । ଆର୍ ବାଏଁ ବାଏଁ ଫାଏଁ ଫାଏଁ ହେଇଗଲା ଚଏତୁ । ତାର୍ ମାମୁଁର୍ ପୁଓ କେ ଫୋନ୍ କଲା । ତାର୍ ମାମୁଁର୍ ପୁଓ ବଏଲା – “ମତେ ନେଇଁ ପଚ୍ରେଇ କରି କାଏଁ ହେଲା ଯେ ତାହାକେ ପଏସା ଦେଲୁ? ହେ ତ’ ହେନ୍ତା ଠଁକିଖିଆଟା ବଲି ତାର୍ ଗାଁ ନୁ ଲୋକ୍ ଗହଡ଼ି ଦେଇଛନ୍ । ଆର୍ ହେତାକେ କେନେ ଭେଟ୍ବୁ! ଚଠାଟେ ।’ ଚଏତୁ ମୁଡେ଼ ହାତ୍ ଦେଇ କରି ଲଥୋ କରି ବସି ପକାଲା । ସତେ ଯେନ୍ତା କପାଲ୍ ଚଟ୍କି ଗଲା ତାର୍ । ଚାର୍ହିକୁତି ଅଂଧାର୍ ଦିଶୁଥାଏ… କାବା ହେଇଯିବ ହୋ’ ।