ଓଡ଼ିଶାର ଗର୍ବ ଓ ଗୌରବ ‘ସିଏନସି’ ବାଣିଜ୍ୟ ମହାବିଦ୍ୟାଳୟ

ବଲାଙ୍ଗିର, (କେପିଏନଏସ) : ଓଡ଼ିଶାର ଗର୍ବ ଓ ଗୌରବ ସିଏନସି ବାଣିଜ୍ୟ ମହାବିଦ୍ୟାଳୟ । ଯେଭଳି ଶିକ୍ଷା ପ୍ରଦାନର ଉଚ୍ଚକୋଟୀର ଭିତ୍ତିଭୂମି, ସେଭଳି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଅମାପ ସଦିଚ୍ଛା ଦେଖିବାକୁ ମିଳେ ଏହି ମହାବିଦ୍ୟାଳୟରେ । ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଶାଶ୍ୱତ ନିଷ୍ଠା ଯୋଗୁଁ ତ’ ସାରା ଓଡ଼ିଶାରେ ସଂପୃକ୍ତ ମହାବିଦ୍ୟାଳୟ ବେଶ୍ ସୁନାମ ଅର୍ଜନ କରିବା ସମ୍ଭବପର ହୋଇପାରିଛି । ସୁଦକ୍ଷ ଅଧ୍ୟାପକ ଅଧ୍ୟାପିକା, ସମର୍ପଣ ଭାବ ସଂପନ୍ନ ଏହାର କର୍ମଚାରୀବୃନ୍ଦଙ୍କ ମଧ୍ୟ ବିଶେଷ ଯୋଗଦାନ ରହିଛି ଏହି ସଫଳତା ପଛରେ ।
ଏହି ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଖୁବ୍ ଉତ୍ସାହ ତଥା ଦୃଢ଼ତାର ସହ କୁହନ୍ତି, ଆଗାମୀ ୨୦୨୫ ମସିହା ସୁଦ୍ଧା ସିଏନସି ଜାତୀୟ ସ୍ତରରେ ଏକ ଉତ୍ତମ ମହାବିଦ୍ୟାଳୟ ଭାବେ ନିଜର ସାମର୍ଥ୍ୟ ପ୍ରତିପାଦନ କରିବ । ଏଥିପାଇଁ ଆମେ ଆପ୍ରାଣ ଚେଷ୍ଟା ଜାରି ରଖିଛୁ । ଏହା ହିଁ ଆମର ଲକ୍ଷ୍ୟ ।


ଏଠାରେ ସୂଚନାଯୋଗ୍ୟ ଯେ, ମାତ୍ର ୧୦ ବର୍ଷ ତଳେ ଆରମ୍ଭ ହୋଇଥିଲା ଏହି ଗୌରବମୟ ମହାବିଦ୍ୟାଳୟ ‘ସିଏନସି’ ପ୍ରଗାଢ଼ ଆତ୍ମବିଶ୍ୱାସକୁ ପୁଞ୍ଜି କରି । ସେହି ବଳିଷ୍ଠ ଆତ୍ମବିଶ୍ୱାସ ଆଜି ସଫଳତାର ଶୀର୍ଷରେ ପହଂଚାଇ ପାରିଛି ସଂପୃକ୍ତ ଶିକ୍ଷାନୁଷ୍ଠାନକୁ । ଏଇ ମାତ୍ର ୧୦ ବର୍ଷ ମଧ୍ୟରେ ଯୁକ୍ତ ଦୁଇ ସ୍ତରରେ ୧୪ ଜଣ ଷ୍ଟେଟ୍ ଟପ୍ପର୍ ଏବଂ ଯୁକ୍ତ ତିନି ସ୍ତରରେ ୭ ଜଣ ସମ୍ବଲପୁର ୟୁନିଭର୍ସିଟି ଟପ୍ପର ଶିକ୍ଷାର୍ଥୀ ପ୍ରଦାନ କରିବା ଗୌରବରେ ଗୌରବାନ୍ୱିତ ‘ସିଏନସି’ । କେବଳ ସେତିକି ନୁହେଁ, ଗତ ବର୍ଷ ୨୦୧୮-୧୯ ଶିକ୍ଷା ବର୍ଷରେ ଏହି ମହାବିଦ୍ୟାଳୟର ନେନସୀ ପୁରୋହିତ ବେଷ୍ଟ ଗ୍ରାଜୁଏଟ୍ ଭାବରେ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ; ଯାହା ଆମ ମାଟି ପାଇଁ ଅତ୍ୟନ୍ତ ମର୍ଯ୍ୟାଦା ସଂପନ୍ନ ଅଧ୍ୟାୟ ।
ସବୁଠାରୁ ଖୁସିର କଥା ଯେ, ଆରମ୍ଭ ଦିନଠୁ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ପାରିଛନ୍ତି । ୭୫ ପ୍ରତିଶତରୁ ଊର୍ଧ୍ୱ ଛାତ୍ରଛାତ୍ରୀ ପୁଣି ଫାଷ୍ଟ କ୍ଲାସ୍ ନେଇ ପାସ୍ କରନ୍ତି । ପୁଣି ଓଡ଼ିଶାରେ ଏହି ମହାବିଦ୍ୟାଳୟରୁ ସର୍ବୋଚ୍ଚ ସଂଖ୍ୟାର ଛାତ୍ରଛାତ୍ରୀ ଉତ୍ତମ ଛାତ୍ରଛାତ୍ରୀ ଭାବେ ବିବେଚିତ ହୋଇ ସରକାରଙ୍କ ପକ୍ଷରୁ ଲାପଟପ୍ ପାଇଥାନ୍ତି ।
ଆହୁରି ଆନନ୍ଦର ବିଷୟ, ସିଏନସିରୁ ଦୁଇ ଜଣ ଛାତ୍ର ପ୍ରଥମ ଚାଟାର୍ଡ ଏକାଉଣ୍ଟେଣ୍ଟ ହେବାରେ ସଫଳ ହୋଇ ପାରିଛନ୍ତି । ସେମାନେ ହେଲେ କରନ ଅଗ୍ରୱାଲ ଏବଂ ୟୁଗେଶ ଅଗ୍ରୱାଲ । ଆଗାମୀ ଛ’ ମାସ ମଧ୍ୟରେ ଏହି ମହାବିଦ୍ୟାଳୟରୁ ପୁଣି ଆହୁରି ୧୧ ଜଣ ଚାଟାର୍ଡ ଏକାଉଣ୍ଟେଣ୍ଟ ହେବାକୁ ଯାଉଛନ୍ତି ବୋଲି ସିଏନସି ପକ୍ଷରୁ କୁହାଯାଇଛି । ଏହା ବି ଆମ ମାଟି ପାଇଁ କମ୍ ଗର୍ବର କଥା ନୁହେଁ ।


ସିଏନସି.ର ସଫଳତା ଉପରେ ନଜର ପକାଇଲେ ତାଜୁବ୍ ହେବାକୁ ପଡେ଼ । ୨୦୨୦ରେ ଜାତୀୟ ସ୍ତରରେ କ୍ରାଇଷ୍ଟ ୟୁନିଭରସିଟି (ବେଙ୍ଗଲୋର)ରେ ଏହି ମହାବିଦ୍ୟାଳୟର ୬ ଜଣ ଛାତ୍ର ବିକମ୍ ଓ ବିବିଏ ପାଇଁ ଯୋଗ୍ୟ ବିବେଚିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି । ୨୦୨୦ରେ ଏମବିଏ ନିମନ୍ତେ ଜେଭିଅର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଂଟରେ ଏହି ମହାବିଦ୍ୟାଳୟ ଯୋଗ୍ୟତା ହାସଲ କରିବାରରେ ସମର୍ଥ ହୋଇପାରିଛି । ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଏକାଉଣ୍ଟେଣ୍ଟସ୍, ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ନ୍ୟାସନାଲ ଲେବେଲ କୁଇଜ୍ କମ୍ପିଟିସନରେ ଓଡ଼ିଶାରୁ ୭ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଯୋଗ୍ୟତମଙ୍କ ମଧ୍ୟରେ ସିଏନସି.ରୁ ୩ ଜଣ ଶିକ୍ଷାର୍ଥୀ ସାମିଲ୍ ଅଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ସିଏନସି.ରୁ ୧୦ ଜଣ ଛାତ୍ରଛାତ୍ରୀ ଆଇଆଇଏମ୍, ବେଙ୍ଗଲୋରରେ ନ୍ୟାସନାଲ ଲେବେଲ ବିଜନେସ ଆଇଡ଼ିଆ କମ୍ପିଟିସନରେ ଭାଗ ନେବା ପାଇଁ ମନୋନୀତ ହୋଇ ପାରିଛନ୍ତି । ୨୦୧୧ ମସିହାଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ (ଜାନୁଆରୀ ୨୬) ଅବସରରେ ସିଏନସି.ର ଛାତ୍ରଛାତ୍ରୀମାନେ ସର୍ବୋତ୍ତମ ଶିକ୍ଷାର୍ଥୀ ଭାବେ ପୁରସ୍କୃତ ହୋଇ ଆସୁଛନ୍ତି ।


ତେବେ ଶିକ୍ଷାଦାନ କ୍ଷେତ୍ରରେ ସିଏନସି ଯେମିତି ଦୃଢ଼ ପ୍ରଚେଷ୍ଟା ବଳରେ ଯଥୋଚିତ ସଫଳତା ପ୍ରାପ୍ତ ହୋଇପାରିଛି, ସେଭଳି ଅତିରିକ୍ତ ପାଠ୍ୟକ୍ରମ ଗତିବିଧି (ଏକ୍ସଟ୍ରା କାରିକୁଳର ଆକ୍ଟିଭିଟି) କ୍ଷେତ୍ରରେ ମଧ୍ୟ ପିଲାଙ୍କ ମଧ୍ୟରେ ବିବେଶ ରୁଚି ସୃଷ୍ଟି କରିପାରିଛି । ଜାତୀୟ ତଥା ଆନ୍ତର୍ଜାତୀୟ କର୍ପୋରେଟ ଲିଡ଼ର୍, ଶିକ୍ଷାବିଦ୍ ତଥା ଅନ୍ୟାନ୍ୟ ବିଶେଷଜ୍ଞମାନଙ୍କୁ ସିଏନସି ପକ୍ଷରୁ ଆମନ୍ତ୍ରଣ କରାଯାଇ ସେମିନାର ଆୟୋଜନ ପୂର୍ବକ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ଭାବ ବିନିମୟ କରାଇବା ଭଳି ମହାନ୍ କ୍ଷେତ୍ର ପ୍ରସ୍ତୁତ କରାଯାଇଥାଏ ।

ଏହି ମହାବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ ଏଇ ଦଶ ବର୍ଷ ମଧ୍ୟରେ ଶତାଧିକ ଏଭଳି ବ୍ୟକ୍ତିତ୍ୱ ସିଏନସି.ରେ ପଦାର୍ପଣ କରି ସାରିଛନ୍ତି । ପ୍ରାୟତଃ ବିଭିନ୍ନ ସମୟରେ ଅନେକ ଗୁଡ଼ାଏ କାର୍ଯ୍ୟକ୍ରମ ସିଏନସି.ରେ ଜାରି ରହୁଥିବା ବେଳେ ପ୍ରତିବର୍ଷ ମୁଖ୍ୟତଃ ଫୁଡ଼୍ ଫେଷ୍ଟିଭାଲ୍, ୟୁଥ୍ ପାର୍ଲାମେଣ୍ଟ, ବିଜନେସ୍ କୁଇଜ୍, ଇଣ୍ଡିପେଣ୍ଡେନ୍ସ୍ ଡେ’ ଡିବେଟ୍ କଂପିଟିସନ୍ ଆୟୋଜନରେ ଛାତ୍ରଛାତ୍ରୀମାନେ ବିଶେଷ ଉତ୍ସାହିତ ହୋଇଥାନ୍ତି ।

କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ବଳିଷ୍ଠତାର ସହ ଗ୍ରହଣ କରାଯାଇ ଆଥେଲେଟିକ୍ସ ମିଟ୍, କ୍ରିକେଟ୍, ବେଡ଼ ମିନଟନ କମ୍ପିଟିସନର ଆୟୋଜନ କରାଯାଏ ମହାବିଦ୍ୟାଳୟରେ ।
ସିଏନସି କଲେଜରେ ଏନଏସଏସ, ସ୍କାଉଟ, ଲିଓ କ୍ଲବ ଭଳି ସୋସିଆଲ କ୍ଲବ ମଧ୍ୟ ରହିଛି । ପୂର୍ବରୁ ଦୁଇଟି ସୋସିଆଲ କ୍ଲବ ରହିଥିବା ବେଳେ ବର୍ତ୍ତମାନ ସ୍କାଉଟ ଏଥିରେ ଯୋଡ଼ି ହୋଇଯାଇଛି ।


ଅତ୍ୟନ୍ତ ଆନନ୍ଦର କଥା ହେଲା, ଏବେ ମହାବିଦ୍ୟାଳୟର ନିଜସ୍ୱ କ୍ୟାମ୍ପସ୍ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି । ଯେକେହି ବି କ୍ୟାମ୍ପସ୍ ଦେଖିଲେ ଖୁସି ହୋଇଯିବ । ୟୁରୋପିଆନ ଷ୍ଟ୍ରକ୍ଚର୍ ଅନୁସରଣରେ ଏହା ନିର୍ମିତ । ଏହା ଏକ ‘ଗ୍ରୀନ୍ ଏଣ୍ଡ୍ ପିପୁଲ୍ସ୍ ଫ୍ରେଣ୍ଡଲୀ’ କ୍ୟାମ୍ପସ୍ ହେବ ବୋଲି କଲେଜ କର୍ତ୍ତୃପକ୍ଷ କୁହନ୍ତି । ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପୁଣି ଆସନ୍ତା ୩ ବର୍ଷ ମଧ୍ୟରେ କାମ୍ପସରେ ଆଡଭାନ୍ସ ଲାଇବ୍ରେରୀ, ଆଡ଼ିଟୋରିଅମ୍, ଏମପି ଥିଏଟର ତଥା ସ୍ପୋର୍ଟ ପାଇଁ ବାସ୍କେଟ୍ ବଲ୍, ଭଲି ବଲ୍, ଟେବୁଲ୍ ଟେନିସ୍, ଫୁଟ ବଲ, କ୍ରିକେଟ ଆଦି ଖେଳ ନିମନ୍ତେ ଉଚ୍ଚକୋଟୀର ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ତେବେ ସର୍ବୋପରି ଏକ ସମ୍ମାନଜନକ ତଥା ସମୃଦ୍ଧ ମହାବିଦ୍ୟାଳୟ ଭାବେ ଜାତୀୟ ସ୍ତରରେ ପହଂଚିବା ଲକ୍ଷ୍ୟ ନେଇ କ୍ଷୀପ୍ର ଗତିରେ ଆଗେଇ ଚାଲିଛି ସିଏନସି । ବିଶ୍ୱାସ, ସଫଳତା ହାତ ପାହାଂତାରେ ।

Leave A Reply

Your email address will not be published.