csstore

କବିତା : ଫେର୍ ବି ଜିଇଁବାର୍ ଅଛେ

ମହେଶ୍ୱର ପଧାନ

ତମର୍
ଭିନ୍ ଧରମ୍
ଭିନ୍ ଜାଏତ୍
ଭିନ୍ ରାଜନୀତି
ଭିନ୍ ଭିନ୍ ରୀତି ନୀତି……
ତମେ ସପନ୍ ଦେଖ୍‌ସ
ବଡ୍ ହେଲେ ଛୁଆକେ ସାହେବ୍ ହେବାର୍ ।
ମୁଇଁ ଶିଖାସିିଁ ମନ୍‌ମରା, ସପନ୍‌ମରା
ମୋର୍ ଛୁଆକେ ।
ଖାଲି ପେଟେ ସପନ୍ କେନ୍ତା ଦେଖାତିଁ ?

ଦିନ୍‌ଭର୍ ଗୁନ୍ଦଲାଗୁପା ଜୀବନ୍
ଯେନ୍ତା ଅନ୍ଧାର୍ ଢାପିଛେ ଆଏଁଖ୍ କେ,
ରାଏତ୍ ଦୁଇ ଘଡ଼ି
ହାଏ କରି କର୍ ଥରେ ଲେହେଁଟିଲେ
ସୁରୁଜ୍ ଫେର୍ ହାଜର୍ ହେସି
ଫେର୍ ଥରେ ଅନ୍ଧାର୍ ନେଇ
ମୋର୍ ମଝା ଟାଟି ଠକ୍ ଠକ୍ କରି
କହେସି ଚାଲ୍‌ କାମ୍ କେ ଚାଲ୍‌ ।

ଥକି ହାରି ଛାଲ୍‌ଛଡା ପାହା ଥି
ଅକସ୍ମାତ୍ ଝୁଁଟେଇ ହେଲେ
ଡଗ୍ ଡଗ୍ ଦିଶ୍‌ସି
ମୋର୍ ଛୁଆର୍ ପୁରସେ ଢୁକୁଥିବା ପେଟ୍
ସୂତେ ଗହେର୍ ହାଡେ ଲଟକିଥିବା ଛାଲ୍‌
ବାରି ହଉଥିବା ପଞ୍ଜରା ସବୁ ।
ମୁଇଁ କେନ୍ ସପ୍‌ନି ପାରୁଛେଁ
ଖଁଡେ଼ ଶାଢ଼ୀ, ପଟେ ଲୁହୁଙ୍ଗି
ଦଗେଲ୍ କି କୁର୍ତା ସାରେ..

ମୁଇଁ କେନ’ ଲଢ଼ି ପାରୁଛେଁ
ଜାଏତ୍ ଲାଗି କି ଧରମ୍ ଲାଗି ,
ମୋର୍ ଫି ଦିନ୍ ମହାଭାରତ୍
ଅଭାବ୍ ସାଙ୍ଗେ, ଭୋକ୍ ସାଙ୍ଗେ,
ଯମ୍ ସାଙ୍ଗେ ବି ।

ଫେର୍‌ ବି ଜିଇଁବାର୍ ଅଛେ
ଇ ଘିଚାଟନା ହପ୍‌ସା କଚ୍‌ରାର୍ ଭିତ୍‌ରେ
ଯମ୍‌ ନୁ ହାର୍ ମାନବାର୍ ତକ୍
ଆଏଁଖ୍ ନୁ ପାରା ଉଡ୍‌ବାର୍ ତକ୍
ଜୀବନ୍‌ ସୂରୁଜ୍ ବୁଡବାର୍ ତକ୍
ଅଦୂରୁଶ୍ ସିମ୍‌ନା ଥି ।

ଧୂଲୁଣ୍ଡା, ୧୯ଖଣ୍ଡ ମୌଜା, ଝାରସୁଗୁଡ଼ା
ମୋ.ନଂ. ୯୦୭୮୯୩୧୫୨୨

jayashree
Leave A Reply

Your email address will not be published.