- ଗଜାନନ ମିଶ୍ର
ଛାଇ ଛାଇ ନାଚ,
ଥରୁଛି ଦେହ,
ଖୋଲ କବାଟ ।
ମଧୁର ସଙ୍ଗୀତ
ଆଉ ଲାଗୁ ନି ମଧୁର ।
ସ୍ମୃତି ଛିଡା ବାଟ ଛେକି
ଜଳନ୍ତା ନିଆଁକୁ ଡେଉଁଥିବା
ପୋକ ପରି ।
ଥାଉ, ଅମୂଲ୍ୟ ହେଉ ପଛେ
ପଥର କାଢନା ଭିତରୁ ।
ହସି ହସି ହେଉ କି
କାନ୍ଦି କାନ୍ଦି, ରାତିଟା ବିତୁ ।
ଏଇଠି, ଏ ସମୟରେ
ନାଇଁ, ମୁହଁକୁ ମୁହଁ ଅନାଅନି ।
ହାତ ପାଦ ଚଳୁ ନି,
ମହରଗରୁ କାନ୍ତାରରେ
ବହୁଛି ପାଣି,
କଷ୍ଟ ଲାଘବ ହେବା ଜାଣି ।
ଥରିଲା ଛାଇରେ
କିଏ ଯିବ କେମିତି
ଯିବ କେଉଁଆଡକୁ !
- ତପୋବନ, ଟିଟିଲାଗଡ