
- ଶଶାଙ୍କ ଶେଖର ପଣ୍ଡା
ବଡ଼ା ନିଠୁର ସମିଆଁ ଇ କରୋନା କାଲ୍
ମାହାପୁରୁ ଗଲେ ଗୁଡ଼ି ଥି
ଗଁଭିରା ଭିତ୍ରେ ମୁହୁଁ ଉଲ୍ମେଇ ଦେଇଛେ
ଇ’ ଅନ୍ମୁନ୍ଷିଆକଁର୍ ରାକସ୍ ଚଲନ୍ ଦେଖିକରି
କୁଦେଇ କୁଦେଇ ପୁତେକର ଗାଗର୍
କୁରି ଖାଉଛେ ଅଦୁରୁଶ୍ ପେତେନ୍
ଧର୍ତୀ ମାତା ସଡ଼କ୍ଦମ୍
ତାର୍ ଦିହିଁ କେ କୁଲ୍କୁଲା କେଚ୍କେଚା କରି
ଉର୍ଡ଼ି କୁର୍ଡ଼ି ଖାଏଲା ଲୁକେ
ଏଖେନ୍ କାଣାଁ କର୍ବେ କେଜାନେ?
ମହାକାଲ୍ର ଭଏରବ୍ ଗର୍ଜନ୍ ଥି
ଚାର୍ହିକୁତି ଧୁକାଗର୍ଡ଼ି ଗରେଲ୍
ପୁର୍ଥଥୀ ମାଆଁ କେ ଢାପିଛେ ବିଷାନ୍ ପବନ୍
ଚଉଷଠି ଯୁଗ୍ନୀ ଆରୁ ମାଁ ମହାକାଲିର୍
କିଲ୍କିଲା ରଡ଼ି ଥି ଆକାଶ୍ ପାତାଲ୍ ଏକାକାର୍
କେନେ ବି ମୁଷ୍ଡ଼ି କରି ଲୁକ୍ବାର୍ କେ ଠାନ୍ ନି’ନ
ଯୁଆନ୍ ନୁ ସିଆନ୍
କାହାକେ ନେଇଁ ବାହାନିବାର୍
ଗଟୋ ଗଟୋ ଇଘଡ଼ି ଗିଲି ଦଉଛେ ମରନ୍ ।
ଇଟା କାଏଁ ସେ ମହାପ୍ରଲେଏ୍
ମାହାପୁରୁ ଖବେର୍ ପଠଉଛେ
ଏଭେ ଗଲେ ସମିଆଁ ଅଛେ
ସୁଧ୍ରି ଯ’ରେ ପୁତେ । ।
- ସମ୍ବଲପୁର
ମୋ.ନଂ.୯୪୩୮୧୬୦୧୯୫