centurian jitm

ଛୁଆକର୍ ଲାଗି କଥାନି : ଝୁରି ଭଜାର୍ ନିଶା

nschool

ଗୁଟେ ମାଁ ବିଲେଇ ·ଏରଟା ଗୁଲଗୁଲିଆ ଛୁଆ ଜନମ କଲା । ମାଁର ଯତନ ପାଇକରି ଛୁଆମାନେ ବଡ଼ଖା ହେବାରକେ ଲାଗଲେ । ଦିନେ ବିଲେଇ ଛୁଆମାନେ ଝୁରି ଭଜା ଖାଏବାରକେ ମନକଲେ । ତାକର ମନର କଥା ମାଁ ବିଲେଇକେ ଜନାଲେ । ଛୁଆକର ମନ ରଖବାର କାଜେ ମାଁ ବିଲେଇ ଝୁରି ଭଜା ନୁରବାକେ ବାହାରି ଗଲା । ଝୁରି ଭଜାର ବାସନା ପାଇକରି ଗୁଟେ ଘରକେ ଢୁକିଗଲା । ଦେଖଲା, ସେ ଘରେ ଝୁରି ଭଜା ·ଲିଛେ । ଟାଏଟ କନେ ତୁମ ପଡ଼ିକରି ଜୁଗଲା ।
ସେ ଘରର ଭୁଆସେନ ଝୁରିକେ ଭାଜି ସାରି ଥୁଇଦେଲା । କାଏଁ କବାରଟେ ପଡ଼ଲା ଯେ ଘରୁ ବାହାରି ଗଲା । ଟାଏଟ କନୁ ମାଁ ବିଲେଇ ବାହାରି କରି ଝୁରି ଭଜା ଥାଲିନୁଁ ଖଁଡେ଼ ଧରି କରି ଛୁ କଲା । ଛୁଆକୁ ନେଇକରି ଧରେଇ ଦେଲା । ଛୁଆମାନେ ବଏଲେ, “ମାଁ! ଖଁଡେ଼ ନ ଆନିଛୁ ।”ମାଁ ବିଲେଇ ବଏଲା, “ହଁ ରେ ପୁତେ ! ଖଁଡେ଼ ନ ଆନିଛେଁ । ତୁମେ ଭାଗ ବଁଟା କରି ଖାଇ ପକ । ଫେର ସଜ ବତର ପାଏଲେ ତମର ଲାଗି ଆର ଖଁଡ଼ଦୁ ଆନିଦେମିଁ ।”
ଖଁଡେ଼ ଝୁରି ଭଜା ଦେଖି କରି ସୁରୁ ବିଲେଇ ଛୁଆ ବଏଲା, “ଇ ଖଁଡ଼କ ମୁଇଁ ଖାଏମିଁ ।” ତାର କଥା ଶୁନିକରି ବାକି ତିନଟା ଛୁଆ ବି ବଏଲେ,ନାଇ ନାଇ ମୁଇଁ ଖାଏମିଁ, ମୁଇଁ ଖାଏମିଁ । ଛୁଆକର କଥା ଶୁନିକରି ମାଁ ବିଲେଇର ଅକଲ ଗୁଡ଼ୁମ । କାହାକେ ବୁଝେଇ ପାରବା ସେ? ସଭେଁ ଯାକର ଏକଜିଦିଆ । କାହାକେ ହେଲେ ସେ ଖଁଡ଼କ ଦେବା । ସଭକୁ ବଏଲା,“ରହି ଥ । ମୁଇଁ ସଭକର ଲାଗି ଆନବାରକେ ଯଉଛେଁ ।”
ମାଁ ବିଲେଇ ଝୁରି ଭଜାର କାଜେ ଫେରଘାଏ ସେ ଘରକେ ଗଲା । ଝୁରି ଭଜା ଥାଲିନୁଁ ଆର ଖଁଡେ଼ ଧରିକରି ପଲେଇ ଆଏଲା । ତାକେ ଥୁଇ ଦେଇକରି ଫେର ଘାଏ ଗଲା ସେ ଘରକେ । ଏନ୍ତା କରି ସେ ତିନ ଖଁଡ଼ ଝୁରି ଆନଲା । ସେଥି ବି ସେମାନେ ଭାଗ ବଁଟା କରି ଖାଏବାର ଲାଗି କୁଁଥୁ କୁଁଥୁ ହେଲେ । ମାଁ ବିଲେଇ ଆର କାଣା କରି ପାରବା । ସେ ଫେର ଘାଏ ଗଲା ଝୁରି ଭଜା ଆନବାରକେ ।
ସେତକି ବେଲକେ ଥାଲିନୁଁ ଝୁରି ଭଜା ଖଁଡ଼ଦୁ ଊନା ହେଇଥିବାର ଦେଖି ସେ ଘରର ଭୁଆସେନଟା ଜାନି ସାରିଥିଲାନ । ଇଟା ବିଲେଇର କାରସାଦି ବଲି । ତାକେ ଧରବାର ଉପେ ବି କରିଥିଲାନ ସେ ।
ମାଁ ବିଲେଇ ଲୁକି ଲୁକି କରି ସେ ଝୁରି ଭଜାନୁ ଆର ଖଁଡେ଼ ଧରଲା । ଭୁଆସେନ ତ ତାକେ ଧରବାର ଲାଗି ଜୁଗିଥିଲା । ସଟୋକନା ସେ ଘରର କପାଟକେ ଖାପିଦେଲା । ବସ୍ତା ଗୁଟେ ଆନିକରି କପାଟ ମୁହେଁ ଖୁଲିକରି ଧରଲା । କଲେ କଲେ କପାଟକେ ଖୁଲଲା ।
ମାଁ ବିଲେଇର ଟୁଡେ଼ଁ ଝୁରି ଭଜା ଖଁଡେ଼ ଥାଏ । କେନ୍ତା କରି ସେ ତାର ଛୁଆକର ପାଶେ ପହଁ·ବା ଯେ ସେ କଥା ଭାବୁଥାଏ । ହେଲେ ସେ ଘର ଭିତରୁ ପଲାବାର ବାଟ ନିଁ ପଉଥାଏ । କପାଟ ଟିକେ ଖୁଲା ଅଛେ ଭାବିକରି ପଲେଇ ଯିବାରକେ ଭାବଲା । ଯେନତା ଗଲା ବସ୍ତା ଭିତରେ ଢୁକିଗଲା ।
ଭୁଆସେନ ବିଲେଇ ସମି ଯିବାର ଦେଖିକରି ବସ୍ତାର ମୁହୁଁକେ ଖାପିଦେଲା । ରସି ଖଁଡେ଼ ବାଁଧିଦେଲା । ତାକର ଘରର ଲୋକକେ କହି କାହିଁ କାହିଁ ଧୁରିଆଥି ଛାଡ଼ି ଆସବାରକେ କହେଲା ।
ବିଲେଇ ଛୁଆ ସବୁ ଘରେ ବସି କରି ତାର ମାଁ କେ ଜୁଗିଥନ । ବେଲ ଯାଇକରି ଅଁଧାର ହେବାରକେ ବସଲାନ । ମାଁ ବିଲେଇର ଦେଖାନି । ବିଲେଇ ଛୁଆମାନେ ସେ ତିନ ଖଁଡ଼ ଝୁରି ଭଜାକେ ଖାଏଲେ ନି । ମୁଇଁ ଖାଏମିଁ ମୁଇଁ ଖାଏମିଁ ବଲି ବଲି ତାକର ଭିତରେ ଗାଲି ଗୁଲମାଲ ଲାଗଲେ ।
ଠିକ ଏନ୍ତା ବେଲକେ ଆର ଗୁଟେ ବିଲେଇ ଆସିକରି ସେ ତିନ ଖଁଡ଼ ଝୁରି ଭଜାକେ ଧରିକରି ଛୁ ।
ବେଲ ବୁଡ଼ି ଅଉଥାଏ । ମାଁ ବିଲେଇର ମନ ଧୁକୁର ପୁଚୁର । ଭଜା ଖଁଡ଼କ ସେନ୍ତା ଏକା ତାର ଟୁଁଡେ଼ ଥାଏ । ଗୁରଦୁ ଧୁରିଆନ ସେ ଥାଏ । ସେନୁ ଏକେସକଁଟି ସେ ତାର ଛୁଆକର ପାଶକେ ଧାଏଁଲା ।
ମାଁ ବିଲେଇ ଦେଖଲା, ଛୁଆମାନେ ତାକର ଭିତରେ ମାଡ଼ ମରଦନ ହଉଥନ । ମାଁ ବିଲେଇକେ ଦେଖିକରି ସେମାନେ ତୁମ ପଡ଼ଲେ । ଏତକି ଡେରି ହେବାର ମାନେ ପଚରାଲେ । ମାଁ ବିଲେଇ ଗୁଟ ଗୁଟ କରି ସବୁ କଥା କହି ·ଲଲା ।
ଛୁଆମାନେ ନିଜର ଭୁଲ ଜାନି ପାରଲେ । ମାଁ ବଏଲା, “ଇଛେନ ତ ଚାଏର ଖଁଡ଼ ଝୁରି ଭଜା ହେଲା । ସଭେଁ ଖଁଡେ଼ ଖଁଡେ଼ ଖାଇପକ । ଛୁଆମାନେ ଥୁଆ ହେଇଥିବାର ଝୁରି ଭଜା ନିକେ ଧାଏଁଲେ । ହେଲେ ଝୁରି ଭଜା ଆର ନି ଥାଇନ । ପାଶେ ପାଶେ ନୁରାଖୁଜା କଲେ । ଆର କାହିଁ ପାଏତେ । ମୁହୁଁ ଧୁଁଦରେଇ କରି ସେନେ ବସି ପଡ଼ଲେ । ଭଜା ଖାଏବାର ନିଶା ଏଖା ମାଡେ଼କେ ଛାଡ଼ିଗଲା ।”
ମାଁ ବିଲେଇ ବଏଲା, “ଇ ଝୁରି ଭଜା ଖଁଡ଼କେ ନିଅ । ତାକେ ଭାଗ ବଁଟା କରି ଖାଇପକ ।” ସଭେଁ ତାକେ ଭାଗ ବଁଟା କରି ଖାଇ ବସଲେ ।
ମାଁ ବିଲେଇ ବଏଲା, “ଜାଣା ମିଲଲା, ଯେଭେ ମିଲଲା, ଯେନେ ବି ମିଲଲା ତାକେ ଭାଗ ବଁଟା କରି ଖାଏଲେ ସବୁ ବନେ ହେସିଗା ପିଲେ । ତମେ ଗୁରଦୁଟେ ପିଲା ଅଛ । ସବୁବେଲେ ସଭକର ଲାଗି ମିଲବା ନ ବଲି କାଏଁ ମାନେ ଅଛେ । ମଗନିଆଁ ତୁନ ସୁରପେ ।”
ଛୁଆମାନେ ଭୁଲ ମାଗଲେ । ଆଏଜନୁଁ ଆମେ ହେନ୍ତା ହିଁ କରମୁଁ ଗୋ ମାଁ । ଛୁଆକର କଥା ଶୁନିକରି ମାଁ ବିଲେଇ ସବୁ ଛୁଆକୁ ଆବରି ଧରି ତାକର ମୁହେଁ ତାର ମୁହୁଁକେ ଘଁଷଲା । ସଭେଁ ହଁସି ଦେଲେ ଖିଦଖିଦାନୁଁ ।
ଗୋପୀନାଥ ଦଣ୍ଡସେନା
ସଁପାଦକ-ଟିକି କାଇଁଚ, ନିରବତୀ ଭବନ, ବଘଲା, ଚନ୍ଦନଭାଟି, ବଲାଙ୍ଗିର-୭୬୭୦୬୫
ମୋ-୯୪୩୯୫୭୮୦୨୦

Leave A Reply

Your email address will not be published.