ବଲାଙ୍ଗିର ଜିଲ୍ଲାପାଳଙ୍କ ଟିଟିଲାଗଡ ଗସ୍ତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିରେ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଚଞ୍ଚଳ ରାଣା ଆଜି ଟିଟିଲାଗଡ ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଡାକ୍ତରଖାନାର ଚିକିତ୍ସା ଅଧିକାରୀଙ୍କ ସହିତ ଟିଟିଲାଗଡ ଉପଖଣ୍ଡୀୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଏହା ସହ କୋରୋନା ପରୀକ୍ଷା କେନ୍ଦ୍ର ଯାଞ୍ଚ କରିବା ସହ କୋବିଡ କେୟାର ସେଣ୍ଟର ପରିଦର୍ଶନ କରିଥିଲେ ।

କୋରୋନା ପୀଡ଼ିତ ରୋଗୀଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ପରାମର୍ଶ ଦେବା ସହ କୋରୋନା ପରୀକ୍ଷା କେନ୍ଦ୍ରରେ ଟେଷ୍ଟ କରିବା ସହ ପଡା ପଡା କ୍ୟାମ୍ପ ଲଗାଇ ଟେଷ୍ଟ କରିବା ପାଇଁ ଆଦେଶ ଦେଇଛନ୍ତି । ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା କୋରୋନା ପୀଡ଼ିତ ରୋଗୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ କଥା ମଧ୍ୟ ବୁଝିଥିଲେ ।

କିଛି ଦିନ ପୂର୍ବରୁ ଟିଟିଲାଗଡ ସର୍ଗିଗୁଡାରେ ପାଣି ପାଇଁ ରାସ୍ତାରୋକ କରିଥିଲେ । ତେଣୁ ଜିଲ୍ଲାପାଳ ଶ୍ରୀ ରାଣା ଟିଟିଲାଗଡ ଜଳ ବିଭାଗ ଏସଡିଓଙ୍କୁ ଭେଟି ପୂରା ସହରର ଜଳ ସମସ୍ୟା କିପରି ଅତିଶୀଘ୍ର ଦୂର ହୋଇ ପାରିବ, ଆଲୋଚନା କରିଛନ୍ତି । ସେ ଟିଟିଲାଗଡରେ ଚାଲୁଥିବା ଅର୍ଦ୍ଧନିର୍ମିତ ସରକାରୀ ବସ୍ ଷ୍ଟାଣ୍ଡର ନିର୍ମାଣ ତ୍ୱରାନ୍ୱିତ କରିବା ପାଇଁ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.