ୟୁଥ୍ ରେଡକ୍ରସ ତରଫରୁ ବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଠଉମାଲ ସ୍ଥିତ ବିରେନ୍ଦ୍ର କୁମାର ଡିଗ୍ରୀ ମହାବିଦ୍ୟାଳୟ ଠାରେ ୟୁଥ୍ ରେଡକ୍ରସ ଓ ଜାତୀୟ ସେବା ଶିବିରର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବନା ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝି, ସମ୍ମାନିତ ଅତିଥି ଭାବରେ ତହସିଲଦାର ଟିଟସ ମହାନନ୍ଦିଆ, ପରିଚାଳନା କମିଟି ସଭାପତି ପ୍ରଣୟ କୁମାର ସାହୁ, ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଜୟକେତନ ତ୍ରିପାଠୀ, ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା, ସରପଞ୍ଚ ଶରତ କାଲୋ, ୟୁଥ୍ କ୍ଲବ ସଭାପତି ରଞ୍ଜନ ପଣ୍ଡା, ଅମୂଲ୍ୟ ଯୋଷୀ ପ୍ରମୁଖ ଯୋଗଦେଇଥିଲେ । ମହାବିଦ୍ୟାଳୟର ସମ୍ପାଦକ ଦେବେନ୍ଦ୍ର କୁମାର ଯୋଷୀ ଅତିଥିମାନଙ୍କୁ ଭିତ୍ତିଭୂମିର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଉକ୍ତ ସଭାରେ ବିଡିଓ ତାଙ୍କ ଅଭିଭାଷଣରେ ଯଥା ଶୀଘ୍ର ମହାବିଦ୍ୟାଳୟର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ସ୍ୱାର୍ଗତ ବିରେନ୍ଦ୍ର କୁମାର ସାହୁଙ୍କ ଜନ୍ମ ବାର୍ଷିକ ଅବସରରେ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ସାଂସ୍କୃତିକ ମହୋତ୍ସବ ପାଳନ କରିବା ପାଇଁ ତାଙ୍କ ସୁପୁତ୍ର ବ୍ଲକ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରଣୟ କୁମାର ସାହୁ ପ୍ରତିଶ୍ରୁତି ଦେଇଥିଲେ । ସଭା ପରେ ଅତିଥିମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରାଯାଇଥିବା ବେଳେ ପରିବେଶ ସୁରକ୍ଷା ଦିଗରେ ସଚେତନତା ପାଇଁ ଛାତ୍ରୀମାନଙ୍କ ଦ୍ଵାରା ଏକ ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଇଂରାଜୀ ବିଭାଗ ଅଧ୍ୟାପିକା ଧନେଶ୍ୱରୀ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଇତିହାସ ବିଭାଗ ଅଧ୍ୟାପକ ମୋହନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.