ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜିଲ୍ଲାର ୩ଟି ବ୍ଲକରେ ୨ ଲକ୍ଷ ୭୫ ହଜାର ୮୩ ଭୋଟର ଭୋଟ ଦେଇ ତାଙ୍କ ପ୍ରତିନିଧି ଚୟନ କରିବେ । ନିର୍ବାଚନ ମଇଦାନରେ ୧୬୬୦ ପ୍ରାର୍ଥୀ ରହିଥିବା ବେଳେ ୭୭୮ ବୁଥରେ ଭୋଟ ଗ୍ରହଣ କରାଯିବ । ଏଥି ମଧ୍ୟରେ ୬ଟି ଗୋଲାପି ବୁଥ ଏବଂ ୩ଟି ମୋଡେଲ ବୁଥ ରହିଛି । ୩ଟି ବ୍ଲକରେ ୬୫ ପଞ୍ଚାୟତ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ଭୋଟ ଗ୍ରହଣ କେନ୍ଦ୍ରକୁ ସମସ୍ତ ପରିଚାଳନା ଅଧିକାରୀ ପହଞ୍ଚି ସାରିଛନ୍ତି ।