ସୁନ୍ଦରଗଡ଼ ଜିଲ୍ଲାରେ କଡ଼ା ସୁରକ୍ଷା ବଳୟରେ ଭୋଟ ଗଣତି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍ ସଦର ମହକୁମାରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଭିନ୍ନ କେନ୍ଦ୍ରରେ ସକାଳ ୮ଟା ୪୫ ପରେ ପ୍ରାର୍ଥୀ ଓ ଏଜେଣ୍ଟଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ୍ ସିଲ୍ ଖୋଲିବା ପରେ ଭୋଟ୍ ବାକ୍ସ ସବୁ ଭୋଟ୍ ଗଣତି କକ୍ଷକୁ ନିଆଯାଇଛି । ପ୍ରଥମେ ୱାର୍ଡସଭ୍ୟ, ପରେ ସରପଞ୍ଚ, ସମିତିସଭ୍ୟଙ୍କ ଭୋଟ ଗଣତି ହେବ ବୋଲି ସୂଚନା ରହିଛି । ଶେଷରେ ଜିଲ୍ଲା ପରିଷଦର ଭୋଟ୍ ଗଣତି ହେବ । ସୁନ୍ଦରଗଡ଼ ବ୍ଲକ ପରିସରରେ ‘କ’ ଜୋନର ୯ ସରପଞ୍ଚ ଓ ୯ ସମିତିସଭ୍ୟଙ୍କ ସହ ୧୨୫ ୱାର୍ଡର ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଜିଲ୍ଲାର ମୋଟ ୧୪୧ ପଞ୍ଚାୟତ ଓ ୧୭୮୫ ୱାର୍ଡର ଭୋଟ ଗଣତି ଆରମ୍ଭ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.