ଭିଜିଲାନ୍ସ ଜାଲରେ ପଡିଲେ ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ପଡିଲେ ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସ୍ଥାନୀୟ ପ୍ୟାଲେସ ଲାଇନ୍‌ ସ୍ଥିତ ତାଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ଦୁଇଟି ନୂଆ ଘର ସହିତ ଅବସରପ୍ରାପ୍ତ ପୁରୋହିତଙ୍କ ପତ୍ନୀ ଶିକ୍ଷୟିତ୍ରୀ ଥିବା ବେଳେ ତାଙ୍କ ସ୍କୁଲ୍‌ରେ ମଧ୍ୟ ଚଢ଼ାଉ କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉରେ ବଲାଙ୍ଗିର, ସୋନପୁର, ବରଗଡ଼ ଓ ସମ୍ୱଲପୁରର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି । ତେବେ ଚଢ଼ାଉ ଶେଷ ହେବା ପରେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ବଲାଙ୍ଗିର ଭିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.