ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି (କନ୍ୟାଶ୍ରାମ) ସ୍କୁଲ ପରିସରରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଏଡିଡ଼ବ୍ଲୁଓ ଗୁରୁଚରଣ ଦାଶ, ସଇଁତଳା ବିଡ଼ିଓ ଚନ୍ଦ୍ରମଣି ନାଗ ଓ ତହସିଲଦାର ମାନସନ ଫିଲ କେରକେଟା ପ୍ରମୁଖ ଯୋଗଦାନ କରି ଛାତ୍ରୀମାନଙ୍କ ଭବିଷ୍ୟତ କାମନା କରିଥିଲେ । ଏଥିରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ବିଦ୍ୟାଳୟରେ ବାଉଣ୍ଡରୀ ପାଇଁ ୧୨ ଲକ୍ଷ ଅନୁଦାନ ଦିଆଯାଇଛି । ଏହା ସହିତ ପ୍ରାର୍ଥନା ପେଣ୍ଡାଲ, ଶୌଚାଳୟ ଓ ଜଳଯୋଗାଣ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଦ୍ୟୁତଲତା ଦେଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଲ ଧନ୍ୟବାଦ ପ୍ରଦାନ କରିଥିଲେ । ପରେ ବିଦ୍ୟାଳୟରରେ ଛାତ୍ରୀମାନଙ୍କ ପାଇଁ ହୋଇଥିବା ପୂର୍ବ ପ୍ରତିଯୋଗୀରେ କୃତି ଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହାପରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବରେ ବ୍ଲକ ମଙ୍ଗଳ ଅଧିକାରୀ ମନୋରଞ୍ଜନ ବେହେରା, ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ର, ସଂଗୀତା ରଥ, ସନ୍ଧ୍ୟାରାଣୀ ଗହୀର, ଜୟନ୍ତୀ ସାହୁ, ପ୍ରତ୍ୟାସିନୀ ବାଗ, ସୁହାସିନୀ ମିଶ୍ର, ନମିତା ମେହେର, ଅନ୍ନପୂର୍ଣ୍ଣା ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Next Post