‘ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ’ର ଅସ୍ଥାୟୀ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ : ସ୍ଥାୟୀ ନିଯୁ‌କ୍ତି ଦାବୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ‌ସ୍ଥାନୀୟ ବଲା‌ଙ୍ଗିର ଉତ୍କଳ ଗ୍ରାମ୍ୟ ବ୍ୟା‌ଙ୍କ ସାମ୍ନାରେ ୧୭ ଜିଲ୍ଲାର କର୍ମଚାରୀମାନେ ଅସ୍ଥାୟୀ କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ୨ ଦିନ ଗଣଧାରଣା ପରେ ସମାଧାନର ବାଟ ନ ଖୋଲେ, ତେବେ ଆମରଣ ଅନଶନ କରିବେ ବୋଲି କର୍ମଚାରୀ ଚେତାବନୀ ଦେଇଛନ୍ତି । ବ୍ୟାଙ୍କରେ କାଗଜପତ୍ର ନେବ ଆଣିବାଠାରୁ ଆରମ୍ଭ କରି ଝାଡୁ ମରା ପର୍ୟ୍ୟନ୍ତ ସବୁ କାମରେ ସହଯୋଗ କରି ଆସୁଛନ୍ତି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମେସେଞ୍ଜର କର୍ମଚାରୀ । ହେଲେ ଆଜି ଯାଏଁ ସ୍ଥାୟୀ ନିଯୁକ୍ତି ମିଳି ନାହିଁ କି ଦରମା ମଧ୍ୟ ବଢ଼ି ନାହିଁ । ଏ ନେଇ ବିଭିନ୍ନ ସମୟରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ୟୁନିୟନକୁ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ହେଲେ ତାହା ମଧ୍ୟ ଫଳପ୍ରଦ ହେଲା ନାହିଁ । ଏ ନେଇ ୧୭ ଟି ଜିଲ୍ଲାର ପାଖାପାଖି ଏକ ଶହରୁ ଅଧିକ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛ‌ନ୍ତି ।

Leave A Reply

Your email address will not be published.