oom

ଆର୍‌ପିଏର ଦୁଇ ଦିନିଆ ତାଲିମ ଶିବିର ଉଦ୍‌ଯାପିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ୨୩ ଓ ୨୪ ଦୁଇ ଦିନ ଚାଲିଥିବା ଶିବିରକୁ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍ (ଆରପିଏ)ର ସଭାପତି ଅତୁଳ ସାଙ୍ଗଭି ଉଦ୍‌ଘାଟନ କରିଥିଲେ । ରାଉରକେଲା ଫଟୋଗ୍ରାଫର ସଂଘ ପକ୍ଷରୁ ସିନେମାଟୋଗ୍ରାଫି ତାଲିମ ଶିବିର ୨୪ ଜୁଲାଇ ସନ୍ଧ୍ୟାରେ ସେକ୍ଟର- ୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଏହି ତାଲିମ ଶିବିରରେ ଭାଗ ନେଇଥିବା ସମସ୍ତ ଫଟୋଗ୍ରାଫରମାନଙ୍କୁ ଉତ୍ସାହିତ କରିବା ସହିତ ଏହା ଦ୍ୱାରା ‌ଫଟୋଗ୍ରାଫରମାନଙ୍କର ଦକ୍ଷତା ବୃଦ୍ଧି ପାଇବାରେ ସହଯୋଗ କରିବ ବୋଲି ମତ ରଖିଥିଲେ । ଭୁବନେଶ୍ୱରରୁ ଆସିଥିବା ପୁପୁଲ ଫିଲ୍ମ ଅନୁଷ୍ଠାନର ରାକେଶ ମହାନ୍ତି ଓ ସିନେମାଟୋଗ୍ରାଫି ମାଷ୍ଟର ଟ୍ରେନର ସାରଦା କୃଷ୍ଣ ସାହୁ(ମୁମ୍ବାଇ) ଫଟୋଗ୍ରାଫରମାନଙ୍କୁ ସୁଟିଂ ଉପରେ ତାଲିମ ଦେଇଥିଲେ । ଏହା ଦ୍ୱାରା ଫଟୋଗ୍ରାଫରମାନଙ୍କର ନିଜ କୌଶଳର ଦକ୍ଷତା ବିକାଶ କରିବାରେ ସାହାଯ୍ୟ କରିବ । ଏହି ଅବସରରେ ସଂଘ ପକ୍ଷରୁ କର୍ମଶାଳାରେ ଭାଗ ନେଇଥିବା ସମସ୍ତ ଫଟୋଗ୍ରାଫରମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଆୟୋଜକଙ୍କ ପକ୍ଷରୁ ଦିଲୀପ ମହାନ୍ତି, ସୁଦର୍ଶନ ଜେନା, ପ୍ରକାଶ ମହାକୁଡ଼, ସନ୍ତୋଷ ବେହେରା, ଉମାକାନ୍ତ ପାତ୍ର, ସମରକାନ୍ତ ମଲ୍ଲିକ, ପ୍ରତାପ ମହାନ୍ତି, ଶିବ ପଣ୍ଡା, ଲୁନା ମହାନ୍ତି, ପ୍ରଦୀପ ମହାପାତ୍ର, ବିଟୁ ଭାଇ, ସନ୍ତୋଷ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ଦୁଇ ଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ ରାଉରକେଲା ଓ ଏହାର ଆଖପାଖ ଅଂଚଳରୁ ପ୍ରାୟ ୫୦ରୁ ଅଧିକ ଫଟୋଗ୍ରାଫର ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.