ଦେଓଗାଁ ହାଇସ୍କୁଲରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରତାପ ମିଶ୍ର ସଭା ସଂଯୋଜନା ଓ ଶିକ୍ଷକ ରାଜକୁମାର ବେରିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଭକ୍ତ ଚରଣ ସାହୁ, ଆଲୁମିନି ସଭାପତି ବସନ୍ତ ଅଗ୍ରୱାଲ, ପୂର୍ବତନ ପ୍ରଧାନ ଶିକ୍ଷକ କୁମାର ଷାଣ୍ଢ ଓ ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ତଥା ପୂର୍ବ ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା ଯୋଗଦେଇ ସର୍ବୋତ୍ତମ ଛାତ୍ରଛାତ୍ରୀ, ଗଠନ କରିବା ପାଇଁ ଶିକ୍ଷକ, ଶିକ୍ଷିକା ଓ ଅଭିଭାବକ କର୍ତ୍ତବ୍ୟ ଉଦ୍ଦେଶ୍ୟରେ ମତ ପ୍ରଦାନ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିବା ସହ ପୂର୍ବତନ ଶିକ୍ଷକ, କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଶିକ୍ଷକ ପଞ୍ଚମନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.