oom

ରୋତ୍ କଲେଜରେ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ଠାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ୱାରା ପ୍ରାୟୋଜିତ ଏକ ତିନି ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ଉତ୍ସବରେ କଳାହାଣ୍ଡିର ଏଭରେଷ୍ଟ ଶୃଙ୍ଖ ଆରୋହୀ ଯୋଗବ୍ୟାସ ଭୋଇ ମୁଖ୍ୟ ଅତିଥି, ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି କାହ୍ନୁଚରଣ ଦର୍ଜି ମୁଖ୍ୟବକ୍ତା, ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ପ୍ରଫେସର୍‌ ସୁମନ୍ତ କେରକେଟା ଓ ବଲାଙ୍ଗିର ଜିଲ୍ଲାର ସଂଯୋଜକ ଡକ୍ଟର ଅଜିତ କୁମାର ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ ପୂର୍ବକ ଶିବିରର ଉଦ୍‌ଘାଟନ କରିଥିଲେ । ତିନି ଦିନ ଧରି ଚାଲିଥିବା ଏହି ଶିବିରର ବିଭିନ୍ନ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ବୃଦ୍ଧି ସଂପର୍କରେ ଯୋଗବ୍ୟାସ ଭୋଇ, କାହ୍ନୁଚରଣ ଦର୍ଜି, ଅଜିତ କୁମାର ଭୋଇ, ଲୋଇସିଂହାର ଯୋଗ ପ୍ରଶିକ୍ଷକ ଜ୍ୟୋତିପ୍ରକାଶ ସାହୁ, ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସାର୍ଥକ କୁମାର ରଥ, ଆହ୍ଲାବାଦ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ପ୍ରମୋଦ କୁମାର ବାଗ, ଆଗଲପୁର ଅଗ୍ନିଶମ ଅଧିକାରୀ ଲକ୍ଷ୍ମଣ ପଧାନ ଓ ସାଥି, ଅଧ୍ୟାପକ ନୀଳାମ୍ବର ବାରିକ ପ୍ରକୃତି ବିଭିନ୍ନ ଶୀର୍ଷକ ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥ ଅଧ୍ୟକ୍ଷତା କରିଥିବା ବେଳେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବଲାଙ୍ଗିରର ଜାତୀୟ ସେବା ଯୋଜନାର ସଂଯୋଜିକା ଡକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି, ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା, ବଲାଙ୍ଗିରର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ବକୃତା, ପ୍ରବନ୍ଧ ଲିଖନ, କମେଡି ଓ ରଙ୍ଗୋଲି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଦୈତାରୀ ଶବର, ସହ ଅଧିକାରୀ ଡକ୍ଟର ରଶ୍ମୀଲତା ମହାନନ୍ଦ, ଅଧ୍ୟାପକ ଆର୍ଯ୍ୟେନ୍ଦୁ ମେହେର, ଡକ୍ଟର ଭୂରିଶ୍ରବା ମାଝୀ, ଡକ୍ଟର ଲିଙ୍ଗରାଜ ମେହେର, ଶାନ୍ତନୁ ପାଢୀ, ବାମଦେବ ମେହେର, ନରେଶ ପଟେଲ, ସୁମିତ ପଟେଲଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଓ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.