ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜରାସିଂହାରେ ଆଠଦିନ ବ୍ୟାପି ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଓ ମୁଖ୍ୟବକ୍ତା ପ୍ରଧ୍ୟାପକ ଦୁର୍ବାଦଳ ଘିବେଲା ସାଂପ୍ରତିକ ସମାଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷିକ ଅଭିନନ୍ଦା ସରାପ ତାଲିମ ପ୍ରଦାନ କରିଥିଲେ । ଆତ୍ମସୁରକ୍ଷା ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ଶୁଭଶ୍ରୀ ସାହୁ, ପିଇଟି ପ୍ରଶାନ୍ତ କୁମାର ଥନାପତି, ଡିଇଓ ବାଲଶଙ୍କର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

18 + sixteen =