jayashree

ଏକ ଟଙ୍କିଆ କ୍ଲିନିକରେ ବିଶ୍ୱଖବର ୟୁଟୁବ ଚ୍ୟାନେଲ ଉଦ୍‌ଘାଟିତ

ବୁର୍ଲା, (ନିରୋଜ କୁମାର ପାଣୀ) : ଦେଶ ବିଦେଶରେ ପ୍ରଶଂସା ପାଇଥିବା ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଏକ ଟଙ୍କିଆ କ୍ଲିନିକରେ ମଙ୍ଗଳବାର ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ‘ବିଶ୍ୱଖବର’ ନାମରେ ଏକ ୟୁଟୁବ ଚ୍ୟାନେଲ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା । ଏହି ସ୍ଥାନର ପବିତ୍ରତାକୁ ହୃଦୟଙ୍ଗମ କରି ଏଠାରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ବିଶ୍ୱଖବର ତଥା ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ । ଏହି ଉଦ୍‌ଘାଟନୀ ଉତ୍ସବରେ ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ସହିତ ଉପସ୍ଥିତ ରୋଗୀ ସାମିଲ ହୋଇଥିଲେ । ବିଶ୍ୱଖବର ୟୁଟୁବ ଚ୍ୟାନେଲରେ ସମାଜସେବୀ ଏବଂ ସମାଜସେବା କାର୍ଯ୍ୟ ଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯିବ । ସେଥିପାଇଁ ଏହି ଏକ ଟଙ୍କିଆ କ୍ଲିନିକ ଉଦ୍‌ଘାଟନ ପାଇଁ ପ୍ରକୃତ ସ୍ଥାନ ବୋଲି ଶ୍ରୀ ବିର୍ତ୍ତିଆ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଡାକ୍ତର ଶଙ୍କର ରାମଚନ୍ଦାନି ଦୁଇ ବର୍ଷ ପୂର୍ବରୁ ଏହି କ୍ଲିନିକ ଆରମ୍ଭ କରିଥିବା ବେଳେ ତାଙ୍କର ମହତ ଉଦ୍ୟମ ଚାରିଆଡ଼େ ପ୍ରଶଂସିତ ହୋଇଥିଲା । ଯେତେବେଳେ କ୍ଲିନିକ ଏକ ବର୍ଷ ପୂର୍ତ୍ତି ହୋଇଥିଲା ଡାକ୍ତର ରାମଚନ୍ଦାନି ଏକ ଟଙ୍କିଆ ଔଷଧ ସେବା ଆରମ୍ଭ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ସେହିପରି ଗରିବ ଶ୍ରେଣୀର ରୋଗୀମାନଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳୀ ବ୍ୟବସ୍ଥା ମଧ୍ୟ ଡାକ୍ତର ଶଙ୍କର ରାମଚନ୍ଦାନି ନିଜ କ୍ଲିନିକ ପରିସରରେ କରିଛନ୍ତି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପରିପ୍ରେକ୍ଷୀରେ ଡାକ୍ତର ରାମଚନ୍ଦାନି ବୁର୍ଲା ହସପିଟାଲ୍‌କୁ ଆସୁଥିବା ରୋଗୀମାନଙ୍କ ବଳକା ଔଷଧ ଗୁଡିକୁ ସଂଗ୍ରହ କରି ମେଡିସିନ ବ୍ୟାଙ୍କ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.