om academy

ବେଦାନ୍ତ ଆଲୁମିନିୟମର ସର୍ବବୃହତ୍‌ ଷ୍ଟଲ୍‌ ‘ଆଲୁମିନିୟମ ୱାର୍ଲଡ’ ଉଦ୍‌ଘାଟିତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କନ୍‌କ୍ଲେଭ୍‌-୨୨ ବୁଧବାର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏପରିକି ଉକ୍ତ କନ୍‌କ୍ଲେଭ୍‌ରେ ବେଦାନ୍ତ ଆଲୁମିନିୟମ ମଧ୍ୟ ଅଂଶଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଏକ ସର୍ବବୃହତ୍‌ ଷ୍ଟଲ୍‌ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି । ଏମ୍‌ଆଇଓରେ କମ୍ପାନୀର ‘ଆଲୁମିନିୟମ ୱାର୍ଲଡ’ ନାମରେ ଏକ ବୃହତ୍‌ ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି । ଏ ସମ୍ପର୍କରେ କମ୍ପାନୀର ସିଇଓ ରାହୁଲ ଶର୍ମା କହିଛନ୍ତି, ଏମ୍‌ଆଇଓର ୩ୟ ସଂସ୍କରଣରେ ଅଂଶଗ୍ରହଣ କରି ଆମେ ବେଶ୍‌ ଉତ୍ସାହିତ ଅଛୁ । ଏପରିକି କଳା ସଂସ୍କୃତି ଓ ଇତିହାସ ସାଙ୍ଗକୁ ପ୍ରାକୃତିକ ସମ୍ପଦର ଗନ୍ଥାଘର ଓଡ଼ିଶାରେ କମ୍ପାନୀ ତା’ର କାର୍ଯ୍ୟକ୍ଷେତ୍ର ସହ ବିକାଶ ଦିଗରେ ଅଗ୍ରସର ହେଉଛି । ବିଶେଷକରି ଏସ୍‌ଆଇଓରେ କମ୍ପାନୀ ମଣ୍ଡପ ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିପାରିଛି ବୋଲି ସେ ମତପ୍ରକାଶ କରିଛନ୍ତି । ଭାରତରେ ଆଲୁମିନିୟମର ସର୍ବବୃହତ୍‌ ଉତ୍ପାଦକ ‘ବେଦାନ୍ତ ଆଲୁମିନିୟମ’ ଷ୍ଟଲ୍‌ରେ ଉଭୟ ଭର୍ଚୁଆଲ୍‌ ଏବଂ ବର୍ଦ୍ଧିତ ବାସ୍ତବତା ସହ ଲାଇଭ୍‌ ଆର୍ଟ ଏବଂ ହସ୍ତତନ୍ତ ତିଆରି ଓ ଅନ୍ୟାନ୍ୟ ଇମର୍ସିଭ୍‌ ଟେକ୍ନୋଲୋଜିର ସମ୍ଭାର ଏକାଠି କରିପାରିଛି । ଉଦ୍‌ଘାଟନୀ ଅବସରରେ ଆଲୁମିନିୟମ୍‌ ୱାର୍ଲଡକୁ ଅନୁଭବ କରିବାକୁ ଆସିଥିବା ଅସଂଖ୍ୟ ପରିଦର୍ଶକ ଷ୍ଟଲ୍‌ରେ ଭିଡ଼ ଜମାଇଥିବା ଦେଖାଯାଇଛି । ଆଗାମୀ ଦିନରେ ମଧ୍ୟ କମ୍ପାନୀ ଦର୍ଶକମାନଙ୍କ ପାଇଁ ଆହୁରି ଅନେକ ପଦକ୍ଷେପ ଏବଂ କାର୍ଯ୍ୟକଳାପ ଆଣିବ ବୋଲି କୁହାଯାଇଛି ।

Leave A Reply

Your email address will not be published.