ଉତ୍କଳ ଗୌରବ ମଧୁସୁଦନ ଦାସ ମେମୋରିଆଲ ହଲ୍‌ର ଉଦଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୧ ଠାରେ ଥିବା ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ନୂତନ ଉତ୍କଳ ଗୌରବ ମଧୁସୂଦନ ଦାସ ମେମୋରିଆଲ ହଲ୍‌ର ଶୁଭ ଉଦ୍‌ଘାଟନ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ କରକମଳରେ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଓକିଲମାନେ ବିଚାରପତିଙ୍କ ସହ ବାକ୍ୟ ପଟୁତା ଓ ବୁଦ୍ଧି ନେଇ ଲଢେଇ କରନ୍ତି । ତେଣୁ ଓକିଲ ମାନଙ୍କ ଦାୟିତ୍ଵ ବେଶୀ । ରାଉରକେଲା ଆଇନ୍ ମହାବିଦ୍ୟାଳୟ ସହର ତଥା ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏହାର ଆବଶ୍ୟକତା ପୂରଣ ପାଇଁ ସେ ସହଯୋଗର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ମଝିରେ ମଝିରେ ଯୋଗାଯୋଗ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. ଯତିନ୍ଦ୍ର ନାୟକ ଓ ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼.ସମ୍ପାଦିକା ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷା ଡ଼. ମହାନ୍ତି ସ୍ୱାଗତ ଭାଷଣ ଓ ଡ. ନାୟକ ଅନୁଷ୍ଠାନର ଇତିହାସ ତଥା ଆସନ୍ତା ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟାପକ ତନ୍ମୟରାଜ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସୁନିଲ କୁମାର ବିଶି, ଅଧ୍ୟାପକ ଏମ୍‌ଡି ରଫିକ୍, ଡ. ପ୍ରଜ୍ଞା ପରମିତା ପଣ୍ଡା, ଡ. ଦିବ୍ୟେନ୍ଦୁ କୁମାର ପଣ୍ଡା, ଆଲୁମନୀ ଆସୋସିଏସନର ସଭାପତି ଡ. ସୁମନ ଦତ୍ତ, ସାଧାରଣ ସମ୍ପାଦକ ଅଧ୍ୟାପକ ତ୍ରୟୋଲକ୍ୟନାଥ ପାଣ୍ଡେ, ମୁଖପାତ୍ର କୁଞ୍ଜବିହାରୀ ରାଉତ, ବବିତା ମହାପାତ୍ର, ଦେବାଶିଷ ମହାନ୍ତି, ପରିଚାଳନା କମିଟିର ସଦସ୍ୟ ଲାୟନ ହରଦୀପ ସିଂ, ଛବି ଚକ୍ରବର୍ତ୍ତୀ, ଛବି ମହାନ୍ତି, ସନ୍ଧ୍ୟା ଲାକ୍ରା, ମହାବିଦ୍ୟାଳୟର ମନୋରଞ୍ଜନ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ, ସୁଜାତା ନାୟକ, ଦେବାଶିଷ ବେହେରା, ଅମିତା ଜେନା, ଅକ୍ଷୟ ଦାସ, ନନ୍ଦକିଶୋର ମହନ୍ତ, ହୃଦୟରଞ୍ଜନ ମହାନ୍ତି, ଆୟୁଷ୍ମାନ ସାହୁ, ଦେବକୀ କାଦୁଆ, ରବିନ୍ଦ୍ର ବାଲମୁଚୁ, ରଜତ ମହାନ୍ତିଙ୍କ ସହ ବହୁ ଆଲୁମନୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ତରଫରୁ ମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ସହ ସ୍ୱାଗତ କରାଯାଇଥିଲା । ଶେଷରେ ସନ୍ଧ୍ୟା ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.