ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଇଡିଵିଆଇ ବ୍ୟାଙ୍କ ତରଫରୁ ପ୍ରଦତ୍ତ ଷ୍ଟ୍ରେଚର୍ ଓ ବ୍ୟାଟେରୀ ଚାଳିତ ଗାଡିର ଶୁଭ ଉଦ୍‌ଘାଟନ କଲେ ମନ୍ତ୍ରୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସମାଜ ସେବା ଓ ଜନସ୍ୱାସ୍ଥ୍ୟ ଉନ୍ନତିରେ ଏକ ଅଭିନଵ ପଦକ୍ଷେପ ସ୍ୱରୂପ ଆଇଡିବିଆଇ ବ୍ୟାଙ୍କ ବାରିପଦା ଶାଖା ତାଙ୍କର କର୍ପୋରେଟ୍ ସୋସିଆଲ୍ ରେସ୍ପନସିବିଲିଟି (ସିଏସ୍‌ଆର୍‌) ଅଭିଯାନ ଅନ୍ତର୍ଗତ, ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) କୁ ବ୍ୟାଙ୍କ ଦାନ କରିଛି ୧୧ଟି ଷ୍ଟ୍ରେଚର୍ ଓ ଏକ ବ୍ୟାଟେରୀ ଚାଳିତ ଗାଡି, ଯାହାକି ଏମ ଆର ଆଇ ସେଣ୍ଟର, ଏକ୍ସ-ରେ ବିଭାଗ ନିକଟକୁ ରୋଗୀମାନଙ୍କୁ ନେବା ଆଣିବା ଓ ଚିକିତ୍ସା ସେବାରେ ଅନେକ ସହାୟକ ହେବ । ଏହି ସେବାଧର୍ମୀ କାର୍ଯ୍ୟକ୍ରମଟି ଆଜି ଡିଏଚ୍‌ଏଚ୍‌ ବାରିପଦା ପରିସର ସ୍ଥିତ ଚାରିତାଲା ଭବନରେ ଆୟୋଜିତ ହୋଇଥିଲା । ଉକ୍ତ ଜନ କଲ୍ୟାଣକାରୀ ସେବାଧର୍ମୀ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସରସକଣା, ଭାଦବ ହାଁସଦା, ପୂର୍ବତନ ଜିଲ୍ଲା ସଭାପତି କାନ୍ଦରା ସୋରେନ ଓ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରମୁଖ ଉପସ୍ଥିତ ରହିଥିଲେ । ସୁଦୂର ସମ୍ବଲପୁରରୁ ଆସି ଏହି ସିଏସ୍‌ଆର୍‌ଙ୍‌ଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆଇଡିବିଆଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଅମିତାଭ ବାଜପେୟୀ ଏବଂ ସେବା ହିଁ ପରମ ଧର୍ମ ବାଣୀକୁ ଯଥାର୍ଥରେ ପ୍ରତିପାଦିତ କରିଥିଲେ । ବାରିପଦା ଶାଖା ମୁଖ୍ୟ ବନଶ୍ରୀ ମହାରଣା ଓ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଏହି ମହତ ଉଦ୍ୟମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରୟାସ ନିଶ୍ଚୟ ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ଏକ ନୂତନ ମାନଦଣ୍ଡ ସ୍ଥାପିତ କରିବ ବୋଲି ମନ୍ତ୍ରୀ କହିବା ସହିତ ବ୍ୟାଙ୍କର ଏଭଳି କାର୍ଯ୍ୟକୁ ଆନ୍ତରିକ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.