ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଜାନୁୟାରୀ ୨୦୨୫ରେ ରାୟଗଡା ରେଳ ମଣ୍ଡଳର ଶିଳାନ୍ୟାସ କରିବା ସହ କେତେକ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିବେ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ୬ ଜାନୁଆରୀ ୨୦୨୫ ପୂର୍ବାହ୍ନ ୧୧ ଘଟିକାରେ ରାୟଗଡା ରେଳ ମଣ୍ଡଳ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ରେଳ ମଣ୍ଡଳ ଏବଂ ଚର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନକୁ ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ ଓଡିଶାର ରାୟଗଡା ରେଳ ମଣ୍ଡଳ ପାଇଁ ମଧ୍ୟ ଶିଳାନ୍ୟାସ କରିବେ । କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାମ୍ମୁ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ରାୟାଗଡା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ₹୧୦୭ କୋଟି ଟଙ୍କା । ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପରେ ସ୍ଥାନୀୟ ଅଞ୍ଚଳର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅନେକ ପ୍ରମୁଖ ଉପାଦାନ ଅନ୍ତର୍ଭୂକ୍ତ ହେବ ।
ରାୟାଗଡା ରେଳ ମଣ୍ଡଳ ପ୍ରକଳ୍ପର କେତେକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି :
- ଡିଭିଜନର ମୁଖ୍ୟାଳୟ ରାୟାଗଡା ଠାରେ ରହିବ ।
- ଏକ ଆଧୁନିକ ମଣ୍ଡଳ ରେଳବାଇ କାର୍ଯ୍ୟାଳୟ ଭବନ ପ୍ରାୟ ୧୨,୦୦୦ ବର୍ଗମିଟର କ୍ଷେତ୍ରରେ ନିର୍ମାଣ ହେବ ଯାହାକି ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ଦୁଇଟି ଫ୍ଲୋର ରହିବ ।
- ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ ।
- ରେଳମଣ୍ଡଳର ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ଆବାସ ନିର୍ମାଣ କରାଯିବ ।
- ସୁଗମ ଯାତାୟାତ ପାଇଁ ସଡ଼କ ସଂଯୋଗକୁ ବିକଶିତ କରାଯିବ ।
- ଏହି ପ୍ରକଳ୍ପରେ ପର୍ଯ୍ୟାପ୍ତ ପରିମାଣର ଚଳପ୍ରଚଳ କ୍ଷେତ୍ର ଏବଂ ପାର୍କିଂ ସୁବିଧା ଅନ୍ତର୍ଭୁକ୍ତ ହେବ ।
- ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ରେଳ ମଣ୍ଡଳ ଭବନରେ ବର୍ଷା ଜଳ ଅମଳ ବ୍ୟବସ୍ଥା ରହିବ ।
ଏହି ପ୍ରକଳ୍ପ ଅନେକ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଏ : - ଏହା ଯାତାୟାତ ସଂଯୋଗକୁ ବୃଦ୍ଧି କରିବା ସହିତ ଏହି ଅଞ୍ଚଳରେ ପରିବହନ ସଂଯୋଗରେ ଉନ୍ନତି ଆଣିବ ।
- ବିଶେଷ କରି ଦକ୍ଷିଣ ଓଡିଶାର ଆଦିବାସୀ ଅଞ୍ଚଳରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବ ।
- ଏହା ମଧ୍ୟ ଏହି ଅଞ୍ଚଳରେ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ।
- ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ।
- ଏହି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଦ୍ୱାରା ଯାତ୍ରୀ ଏବଂ ସ୍ଥାନୀୟ ଶିଳ୍ପଗୁଡ଼ିକ ସହିତ ଘନିଷ୍ଠ ସଂଯୋଗ ସୃଷ୍ଟି ହେବ ।
ରାୟଗଡା ରେଳ ମଣ୍ଡଳ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ ଓଡ଼ିଶାର ରାୟାଗଡାଠାରେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ଜାମ୍ମୁରୁ ଭିଡିଓ କନଫରେନସିଂ ମାଧ୍ୟମରେ ଅଂଶଗ୍ରହଣ କରିବେ । ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର କମ୍ଭମପତି ହରି ବାବୁ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ।