ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମାରାଥନ୍ ଉଦ୍‌ଘାଟନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନବ ନିର୍ମାଣ ପ୍ରକଳ୍ପଗୁଡ଼ିକର ମାରାଥନ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆଜି ଭଟଲି ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ । ୫୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜୀରା ନଦୀରୁ ପାଣି ଉଠାଯାଇ ଖରମୁଣ୍ଡା ଓ ରସାଲି ଗ୍ରାମର ୧୦୦ ଏକର ଜମିରେ ଜଳସେଚନ କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ, ଭଟଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରେମାବତୀ ସା, ଉଠା ଜଳସେଚନର କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭଟଲି ବ୍ଲକର ନୂଆଗଡ଼ ଗ୍ରାମଠାରେ ୩ ନମ୍ବର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହ ୯୫ଟି ଗଭୀର ନଳକୂପର ମଧ୍ୟ ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.