om academy

ବ୍ଲକସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସଭା ଗୃହଠାରେ ବ୍ଲକ୍ କଳା ସଂସ୍କୃତି ସଂଘର ବ୍ଲକସ୍ତରୀୟ ସାଧନା ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ ଓ ମ.ରାମପୁର ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ତଥା ତାଲିମଦାତା ଶ୍ରୀପତି ପଟ୍ଟନାୟକ, ମିଶନ ଶକ୍ତି ବିପିଏମ୍ ଦିପ୍ତୀ କିଶୋର ନାୟକ ଉପସ୍ଥିତ ରହି ସରକାରଙ୍କ ଦ୍ଵାରା କଳାକାରମାନଙ୍କୁ ଦିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କଳାକାର ଲିଙ୍ଗରାଜ ନାଗ ମଞ୍ଚ ପରିଚାଳନା ସହ ତାଲିମ ପ୍ରଦାନ କରିଥିଲେ । ଏଥିରେ ମ.ରାମପୁର ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତର କଳାକାରମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.