
ବୀରମହାରାଜପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରାଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ସାଧନକର୍ମୀ ଚନ୍ଦ୍ରମଣି ବାଘ, ବିସିସି ବଳରାମ ପୁରୋହିତ ପ୍ରମୁଖ ବ୍ଲକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କରି ସ୍କୁଲ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଆୟୋଜିତ ହେଉଥିବା ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ବିଷୟରେ ଜୁନିଅର ରେଡକ୍ରସ ୟୁନିଟ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ବିଦ୍ୟାଳୟ ସ୍ତରରେ ରେଡକ୍ରସ ଭିଜିବିଲିଟ ମେସେଜ, ପ୍ରାଥମିକ ଚିକିତ୍ସା ଶିକ୍ଷାର ପ୍ରସାର, ସଡକ ସୁରକ୍ଷା, ସବଷ୍ଟାନସ୍ ଆବ୍ୟୁଜ , ଶିଶୁ ସୁରକ୍ଷା,ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା, ହାତଧୋଇବାର ଉପକାରିତା ଭଳି ବିଭିନ୍ନ ଗଠନ ମୂଳକ ପ୍ରସଂଗରେ କିଭଳି ଛାତ୍ରଛାତ୍ରୀମାନେ ଅବଗତ ହେବେ ସେ ବିଷୟରେ ଯୋଜନା କରାଯାଇଥିଲା । କାର୍ଯ୍ୟକ୍ରମରେ ବିରମହାରାଜପୁର ବାଳକ ହାଇସ୍କୁଲର ପ୍ରଧାନଶିକ୍ଷକ ବେଦ୍ୟନାଥ କର୍ଣ୍ଣ, ବିରମହାରାଜପୁର ବାଳିକା ହାଇସ୍କୁଲର ସସ୍ମିତା ଦେହେରୀ, ଉଫୁଲା ସ୍କୁଲର ବୃନ୍ଦାବନ ଭୋଇ, ମୁରଷୁଣ୍ଢି ହାଇସ୍କୁଲର କାଳିଆ କର୍ମି, ଆଦର୍ଶ ଗଣପିତ ସ୍କୁଲର ସାନ୍ତାନୁ ମହାକୁର, ଗାୟତ୍ରୀ ଆବାଶିକ ସ୍କୁଲର ପଙ୍କଜ ଖମାରୀ, ସୁବଳୟା ହାଇସ୍କୁଲର ସ୍ୱର୍ଣ୍ଣଲତା ବେହେରା, ସଂଗ୍ରାମପୁର ହାଇସ୍କୁଲର ମୀନାକ୍ଷୀ ହୋତା, କମିରା ହାଇସ୍କୁଲର ଲିଙ୍ଗରାନ ବେହେରା, କମିରା ଅପ ଗ୍ରେଡେଡ ସ୍କୁଲର ଦିଲ୍ଲୀପ କୁମାର ଚାନ୍ଦ, ଅମାରପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଏବଂ ଏହି ସମସ୍ତ ସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ବୈକୁଣ୍ଠ ନାୟକ, ଆନନ୍ଦଦାୟୀନୀ ସିଂ, ସଚ୍ଚିଦାନନ୍ଦ ବେରିହା, ବ୍ୟୋମକେଶ ପଣ୍ଡା, ଯୁଧିଷ୍ଠିର ଖମାରୀ, ମନୋରଂଜନ ବାଗ, ରଂଜିତ ପଧାନ, ବ୍ରହ୍ମାନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ସଂପାଦକ ହିଂମାଶୁ ଶେଖର କର, ଉପସଭାପତି ଗତିକୃଷ୍ଣ ମିଶ୍ର ବ୍ଲକର ଜୁନିଅର ରେଡକ୍ରସ ୟୁନିଟ ଗୁଡିକ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମର ପ୍ରଂଶସା କରିଥିଲେ ।
