ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ

ଲୋଇସିଂହା, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ଲୋଇସିଂହା କଲେଜ ଛକ ନିକଟରେ ଶନିବାର ମଧ୍ୟାହ୍ନ ସାଢ଼େ ୧୨ ଟାରେ ଟ୍ରକ ଧକ୍କାରେ ଜନୈକ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୁଇଁତଲା ଥାନା ଅନ୍ତର୍ଗତ ଧୁବାଉଡାର ଗ୍ରାମର ନୀଳ ମହାକୁର (୫୩) । ସେ ଏକ ଆକ୍ଟିଭା ସ୍କୁଟି (ନଂ- ଓଡ଼ି ୦୩ କ୍ୟୁ ୪୮୦୧) ଗାଡ଼ିରେ ଗୋଟିଏ ଛେଳି ବୋଝେଇ କରି ଲୋଇସିଂହା ପଟରୁ ବଲା‌ଙ୍ଗିର ଦିଗକୁ ଯାଉଥିଲେ । କଲେଜ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ସ୍କୁଟିର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଲୋଇସିଂହା ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ସ୍କୁଟିକୁ ଜବତ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.