ଆଜାଦୀ କା ଅମୃତ ମହୋତ୍ସବରେ ବୃକ୍ଷ ରୋପଣ, ମିଷ୍ଟାନ୍ନ ବଣ୍ଟନ ଓ ତ୍ରିରଙ୍ଗା ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦୁଲଦୁଲି କଳା ପରିଷଦ ତରଫରୁ ବୃକ୍ଷରୋପଣ, ମିଷ୍ଟାନ୍ନ ବଣ୍ଟନ ଓ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରଣ୍ଡା ସ୍ଥିତ ରଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠାନ ତରଫରୁ ସଭାପତି ପ୍ରଭାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଦ୍ୟାଳୟର ୪୦୦ ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଓ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରଫେସର ଅଭିମନ୍ୟୁ ମିଶ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଦିନେଶ ଶର୍ମା, ସଂପାଦକ ବାସୁଦେବ ସା, ଉପଦେଷ୍ଟା କୁନା ବାଗ, ସଭ୍ୟ ସୁକଦେବ ବାଗ, ନେପାଲ ବାଗ, ମଣ୍ଟୁ ବାଗ, ରାଜିନ ନନ୍ଦ, ଟଙ୍କଧର ବାଗ, ନିଲୁ ନାଗ, ବିନୋଦ ବିହାରୀ ନାଗ, ସମିତି ସଭ୍ୟ ସୁଦାମ ନନ୍ଦ ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.