ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଓଡ଼ିଆ ଚଳଚ୍ଚିତ୍ର ‘ସାଧନା’ ଓ ‘ଅଶାନ୍ତ ଗ୍ରହ’ର ସେ ଥିଲେ ପ୍ରଯୋଜକ । ୧୯୬୨ ମସିହାରେ ଚଳଚ୍ଚିତ୍ର ସାଧନା ରାଷ୍ଟ୍ରପତି ପୁରସ୍କାର ପାଇଥିଲା । ସ୍ବର୍ଗତ ତ୍ରିପାଠୀ ଜଣେ ସଂସ୍କୃତି ପ୍ରେମୀ ତଥା ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ । ଗୋଲବଜାର ଠାରେ ଥିବା କୃତାର୍ଥ ଆଚାର୍ୟ୍ୟଙ୍କ ସମ୍ବଲପୁରୀ ଦୋକାନର ସେ ବହୁ ପୁରୁଣା ବିତରକ ଥିଲେ । ତାଙ୍କ ମୃତ୍ୟୁରେ ସାଂସ୍କୃତିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.