ବନ୍ଦର ଚିକିତ୍ସାଳୟରେ କୋଭିଡ୍‌-୧୯ ଟୀକାକରଣ ଅଭିଯାନ ଆରମ୍ଭ

ପାରାଦ୍ୱୀପ, (ଶୁଭ୍ରାଶୁ ଶେଖର ପୃଷ୍ଟି) : ସ୍ୱସ୍ଥ୍ୟ ସେବା ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ପାରାଦ୍ୱୀପ ବନ୍ଦର ଚିକତ୍ସାଳୟ ଓ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍‌-୧୯ ଟୀକାକରଣ ଅଭିଯାନ ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଏହି ଅଭିଯାନକୁ ପାରାଦ୍ୱୀପ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଓ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧିର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବନ୍ଦର ଚିକିତ୍ସାଳୟର ଡାକ୍ତର, କର୍ମଚାରୀ ଏବଂ ବନ୍ଦରର ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏହି ଟୀକାକରଣରେ ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଥମେ ଟୀକା ଦିଆଯାଇଥିଲା । ଡା.ପଣ୍ଡା କହିଥିଲେ ଯେ ସେ ଅନ୍ୟମାନଙ୍କ ଭୟକୁ ଦୂର କରିବା ସହିତ ସ୍ୱାସ୍ଥ୍ୟସେବା ଓ ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କୁ ଟୀକାନେବା କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ପ୍ରଥମେ ଟୀକାକରଣ କରୁଛନ୍ତି । ସମାଜରେ ଏଚ୍‌ଇଆରଡି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରି ରୋଗର ବିସ୍ତାରକୁ ରୋକିବା ପାଇଁ କୋଭିଡ୍‌-୧୯ ଟୀକାକରଣ ଜରୁରୀ ବୋଲି ଡା ପଣ୍ଡା କହିଛନ୍ତି । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରଥମ ପର୍ୟ୍ୟାୟରେ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଓ ଫ୍ରଣ୍ଟଲାଇନ୍‌ କର୍ମଚାରୀ ଟୀକାକରଣ ପରେ ପରବର୍ତ୍ତୀ ପର୍ୟ୍ୟାୟରେ ଅନ୍ୟମାନଙ୍କୁ ଟୀକାକରଣ କରାଯିବ । ତେବେ ଆଜି ବନ୍ଦର ଚିକିତ୍ସାଳୟରେ ୧୦୦ ଜଣଙ୍କୁ ଟୀକା ଦିଆଯାଇଥିବା ନେଇ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରୁ ପ୍ରକାଶ ।

Leave A Reply

Your email address will not be published.